ବରଗଡ଼ ଟାଉନ ଥାନା ପୁଲିସ ୪ ହଜାରରୁ ଊର୍ଦ୍ଧ୍ୱ କଫ୍ ସିରପ ଜବତ କରିବା ସହିତ ୧୭ ଜଣଙ୍କୁ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବରଗଡ଼ ଏସ୍ପି ପି. ଏସ୍ ମୀନା।
Also Read
ଏସ୍ପିଙ୍କ ସୂଚନା ଅନୁଯାୟୀ, କଫ ସିରପ ଚାଲାଣ ହେଉଥିବା ନେଇ ବରଗଡ଼ ଟାଉନ ଥାନା ପୁଲିସ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା। ଜବତ କଫ ସିରପର ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ଠାରୁ ୨ଟି ଚାରି ଚକିଆ ଯାନ ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଏହି କଫ ସିରପ କୋଲାକାତାରୁ ଆସିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ବରଗଡ଼ରେ ନିଶା କାରବାରକୁ ରୋକିବାକୁ ପୁଲିସ୍ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଥିବା ଏସ୍ପି କହିଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୮୦୬ କେଜି ଗଞ୍ଜେଇ,୧୮ ହଜାରୁ ଊର୍ଦ୍ଧ୍ୱ କଫ୍ ସିରପ ବୋତଲ, ୫.୭ ଗ୍ରାମ ବ୍ରାଉନ୍ ସୁଗର ସହିତ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଥିବା ନେଇ ଏସ୍ପି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାଇକୋର୍ଟଙ୍କ ନିର୍ଦ୍ଦେଶ ନମାନି ହରଡ଼ଘଣାରେ ଜିଲ୍ଲା ଶିକ୍ଷା ଅଧିକାରୀ
ବାରିପଦା ଟାଉନ ଥାନା ପୁଲିସ ମଧ୍ୟ କହିଛି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଠିକ୍ ସମୟରେ ନେଇ ହାଇକୋର୍ଟରେ ହାଜର କରାଯିବ।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
Crime
ଲୋନ୍ ମଞ୍ଜୁର କରିବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦେହୁରୀଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୭ ଜୀବନ
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର। ୧୬ ବର୍ଷୀୟ ଛାତ୍ର ଆଇଆଇଟି-ଜେଇଇ ପାଇଁ କରୁଥିଲେ ପ୍ରସ୍ତୁତି।
Crime
ନିରଞ୍ଜନଙ୍କ ଘରେ ଇଡି ରେଡ୍, ୧୦ ଘଣ୍ଟା ପରେ ବାହାରିଲେ
ନିରଞ୍ଜନଙ୍କ ନୟାପଲ୍ଲୀ ଘର ସହିତ ଭୁବନେଶ୍ୱରର ଆଉଏକ ସ୍ଥାନ ଓ ଦିଲ୍ଲୀ ଘରେ ଆଜି ଏକକାଳୀନ ରେଡ୍ କରିଥିଲା ଇଡି।