Advertisment

ଭୟଙ୍କର: ଓଡ଼ିଶାର ନାବାଳିକାକୁ ଆନ୍ଧ୍ରରେ ଦୁଷ୍କର୍ମ କଲେ ୧୩ ଜଣ

ପ୍ରଥମେ ନାବାଳିକାଙ୍କୁ ତାଙ୍କ ପ୍ରେମିକ ଓ ପ୍ରେମିକର ସାଙ୍ଗ ଦୁଷ୍କର୍ମ କରିଥିଲେ। ଏହାପରେ ଆରବି ବିଚ୍‌ର ଆଉ ୧୧ ଜଣ ଫଟୋଗ୍ରାଫର ପୀଡ଼ିତାଙ୍କ ସହ ସମାନ କାଣ୍ଡ ଘଟାଇଥିଲେ।

Stop Rape

Stop Rape

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ଜଣେ ୧୭ ବର୍ଷୀୟ ଓଡ଼ିଆ ଝିଅଙ୍କୁ ୧୩ ଜଣ ଲୋକ ଦୁଷ୍କର୍ମ କରିଛନ୍ତି। ଦୁଇଟି ଗ୍ରୁପରେ ୧୩ ଜଣ ତାଙ୍କ ସହ ଏଭଳି କାଣ୍ଡ ଘଟାଇଛନ୍ତି।

Advertisment

ପ୍ରଥମେ ନାବାଳିକାଙ୍କୁ ତାଙ୍କ ପ୍ରେମିକ ଓ ପ୍ରେମିକର ସାଙ୍ଗ ଦୁଷ୍କର୍ମ କରିଥିଲେ। ଏହାପରେ ଆରବି ବିଚ୍‌ର ଆଉ ୧୧ ଜଣ ଫଟୋଗ୍ରାଫର ପୀଡ଼ିତାଙ୍କ ସହ ସମାନ କାଣ୍ଡ ଘଟାଇଥିଲେ।

ଭୟଙ୍କର ଗଣଦୁଷ୍କର୍ମ ଘଟଣା ଡିସେମ୍ବର ୧୭ରୁ ୧୯ ମଧ୍ୟରେ ଘଟିଥିଲା। କିନ୍ତୁ ପୁଲିସ୍‌ ନିକଟରେ ନିଖୋଜ ଅଭିଯୋଗ ଦାଖଲ କରାଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ପଡ଼ୋଶୀ ଓଡ଼ିଶାରୁ ପୀଡ଼ିତାଙ୍କୁ ଠାବ କରିବା ସହ ବିଶାଖାପଟନମ ନେଇ ଘଟଣାର ଅଧିକ ଖୋଳତାଡ଼ ଆରମ୍ଭ କରିଛି। ପୁଲିସ୍‌ ୧୧ ଜଣ ଅଭିଯୁକ୍ତଙ୍କୁ ଧରି ସାରିଥିବା ବେଳେ ବାକି ୨ ଜଣଙ୍କୁ ଧରିବା ପାଇଁ ଝାରଖଣ୍ଡରେ ସର୍ଚ୍ଚଅପରେସନ ଜାରି ରଖିଛି।

Advertisment

ପୁଲିସ୍‌ କହିଛି ଯେ ଡିସେମ୍ବର ୧୮ରେ ଫୋର୍ଥ ଟାଉନ ପୁଲିସ୍‌ ଷ୍ଟେସନରେ ପୀଡ଼ିତାଙ୍କ ବାପା ପ୍ରଥମେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ପୀଡ଼ିତା ଜଣଙ୍କ ଜଣେ ସରକାରୀ ଅଧିକାରୀଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ଘରର ମାଲିକ ପରିବାର ସହ ଛୁଟି କାଟିବାକୁ ବାହାରକୁ ଯାଇଥିବା ବେଳେ ସେ ଘରେ ଥିବା ପୋଶା ଜୀବଜନ୍ତୁଙ୍କ ଦାୟିତ୍ୱ ନେଉଥିଲେ।

ଡିସେମ୍ବର ୧୭ରେ ପୀଡ଼ିତା ଜଣଙ୍କ ତାଙ୍କ ପ୍ରେମିକ ସହ ଆରକେ ବିଚ୍‌କୁ ବୁଲିବା ପାଇଁ ଯାଇଥିଲେ। ଏହି ସମୟରେ ସେମାନେ ଗୋଟିଏ ଲଜକୁ ଯାଇଥିଲେ। ସେଠାରେ ପ୍ରେମିକ ଓ ତାଙ୍କ ସାଙ୍ଗ ୧୭ ବର୍ଷୀୟ ଝିଅଟିକୁ ଦୁଷ୍କର୍ମ କରିଥିଲେ। ଏଥିରେ ଭାଙ୍ଗିପଡ଼ି ପୀଡ଼ିତା ଜଣଙ୍କ ଆତ୍ମହତ୍ୟା କରିବାକୁ ଆରକେ ବିଚ୍‌ରେ ପହଞ୍ଚି ଯାଇଥିଲେ।

ଏତିକି ବେଳେ ଜଣେ ବିଚ୍‌ ଫଟୋଗ୍ରାଫରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ସେ ନାବାଳିକାଙ୍କୁ ଏକା ଦେଖି ସହଯୋଗର ହାତ ବଢ଼ାଇଥିଲେ। ତାଙ୍କୁ ନିଜ ସହ ଗୋଟିଏ ଲଜ୍‌କୁ ନେଇ ଯାଇଥିଲେ। ସେଠାରେ ସେ ଓ ତାଙ୍କର ଆଉ ୧୦ ଜଣ ସହଯୋଗୀ ଫଟୋଗ୍ରାଫର ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେଠାରେ ତାଙ୍କୁ ସେମାନେ ୨ ଦିନ କାଳ ଯୌନ ନିର୍ଯାତନା ଦେଇଥିଲେ।

ତେବେ ୨ ଦିନ ପରେ ପୀଡ଼ିତା ଜଣଙ୍କ ସେଠାରୁ ଖସି ଆସିବା ସହ ନିଜର ଜନ୍ମ ସ୍ଥାନ ଓଡ଼ିଶାର କଳାହାଣ୍ତିକୁ ଚାଲି ଆସିଥିଲେ। ମାତ୍ର ୯ ମାସ ତଳେ ପରିବାର ଲୋକଙ୍କ ସହ ବିଶାଖାପଟନମ ଯାଇଥିବା ବେଳେ କାହାକୁ କିଛି ନ କହି ସେ ଗାଁକୁ ଫେରି ଆସିଥିଲେ।

ସେପଟେ ପରିବାର ଲୋକ ଝିଅକୁ ନ ପାଇ ପୁଲିସ୍‌ରେ ଖବର ଦେଇଥିଲେ। ପୁଲିସ୍‌ ତଦନ୍ତ କରି ଓଡ଼ିଶାରୁ ପୀଡ଼ିତାଙ୍କୁ ଠାବ କରିଥିଲା। ଏହାପରେ ତାଙ୍କୁ ବିଶାଖାପଟନମ ନେଇଥିଲା। ତେବେ ସେ ପୂରା ଭାଙ୍ଗି ପଡ଼ିଥିବାରୁ ତାଙ୍କ ବୟାନ ପୁଲିସ୍‌ ରେକର୍ଡ କରି ପାରି ନଥିଲା।

ଡିସେମ୍ବର ୩୧ରେ ସେ ପୁଲିସ୍‌କୁ ସବୁ କଥା କହିବା ପରେ ପୂରା ଘଟଣା ଏବେ ସାମ୍ନାକୁ ଆସିଛି। ପୁଲିସ୍‌ ଦୁଇଟି ମାମଲା ରୁଜୁ କରି ୧୧ ଜଣଙ୍କୁ ଗିରଫ କରିଛି। ବାକି ଦୁଇ ଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛି।

ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶ ମହିଳା କମିଶନ ଅଧ୍ୟକ୍ଷ ଭି ପଦ୍ମା ବିଶାଖାପଟନମ ପୁଲିସ୍‌ କମିଶନର ରବି ଶଙ୍କରଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଛନ୍ତି। ମହିଳା ସଂଗଠନ ଗୁଡ଼ିକ ମଧ୍ୟ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Odisha Andhra Pradesh Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe