/odisha-reporter/media/post_attachments/uploadimage/library/16_9/16_9_0/Drugs_1714385602.jpg)
Drugs
ଗୁଜରାଟ ଏବେ ସତେ ଯେମତି ନିଷିଦ୍ଧ ନିଶାଦ୍ରବ୍ୟର ପେଣ୍ଠସ୍ଥଳି ପାଲଟି ଗଲାଣି। କ୍ରମାଗତ ଭାବେ ଏଠାରୁ ଜବତ ହେବାରେ ଲାଗିଛି ଦେଶରେ ବ୍ୟାନ ହୋଇଥିବା ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ। ଏହିକ୍ରମରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଆତଙ୍କବାଦ ନିରୋଧ ସ୍କ୍ୱାଡର ମିଳିତ ଅପରେସନରେ ଆଜି ଗୁଜରାଟ ଉପକୂଳରୁ ଧରାପଡ଼ିଛି ୧୭୩ କେଜିର ନିଷିଦ୍ଧ ନିଶାଦ୍ରବ୍ୟ।
ଗୋଟିଏ ମାଛ ଧରା ଡଙ୍ଗାରେ ଏତେ ପରିମାଣର ନିଶାଦ୍ରବ୍ୟ ଗୁଜରାଟକୁ ଆସିଥିଲେ। ସୁରକ୍ଷାକର୍ମୀମାନେ ବେଶ ଚମତ୍କାର ଡଙ୍ଗରେ ଡଙ୍ଗାକୁ ଯାଞ୍ଚ କରିବା ସହ, ତା’ ମଧ୍ୟରୁ ନିଶାଦ୍ରବ୍ୟକୁ ଜବତ କରିଛନ୍ତି।
ନିଶାଦ୍ରବ୍ୟ ମିଳିବା ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଭାରତୀୟ ପତାକା ଲାଗିଥିବା ମାଛ ଧରା ଡଙ୍ଗାରେ ହିଁ ଏପରି ନିଶାଦ୍ରବ୍ୟର ଚାଲାଣ ହେଉଥିଲା। ସେମାନେ ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠୁ ଆଣିଲେ ଓ ଏହାକୁ କାହା ପାଖକୁ ନେଉଥିଲେ, ତା’ର ତଦନ୍ତ ଆରମ୍ଭ ହୋଇଛି।
ଏହାପୂର୍ବରୁ ଏପ୍ରିଲ ୨୮ରେ ତଟରକ୍ଷୀ ବାହିନୀ ଗୋଟିଏ ପାକିସ୍ତାନୀ ଡଙ୍ଗାକୁ ଜବତ କରିଥିଲେ। ଏହା ମଧ୍ୟରୁ ୮୬ କେଜିର ନିଶାଦ୍ରବ୍ୟ ମିଳିଥିଲା। ଏହାର ବଜାର ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା ହେବ। ଏହି ଘଟଣାରେ ବୋଟ୍ରେ ଥିବା ୧୪ ଜଣ ଙ୍କୁ ସୁରକ୍ଷାକର୍ମୀମାନେ ଗିରଫ କରିଥିଲେ।
ଶନିବାର ବିଳମ୍ବିତ ରାତିରୁ ଆରବ ସାଗରରେ ଏଟିଏମ ଓ ଏନସିବି ସହ ତଟରକ୍ଷୀ ବାହିନୀ ଅପରେସନ ଆରମ୍ଭ କରିଥିଲା। ଏହି ଅପରେସନ ବେଳେ ପାକିସ୍ତାନୀ ବୋଟ୍ରୁ ନିଶାଦ୍ରବ୍ୟ ମିଳିଥିଲା।
ଏହି ଦୁଇଟି ଘଟଣା ନୁହେଁ, ଗତ ମାସରେ ତଟରକ୍ଷୀ ବାହିନୀ, ଏନସିବି ଓ ଏଟିଏସ ମିଳିତ ଭାବେ ଗୁଜରାଟର ପୋରବନ୍ଦର ଉପକୂଳରେ ଗୋଟିଏ ପାକିସ୍ତାନୀ ଡଙ୍ଗାକୁ ଧରିଥିଲେ। ଏହା ମଧ୍ୟରୁ ୪୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
