/odisha-reporter/media/post_attachments/uploadimage/library/16_9/16_9_0/IMAGE_1716385283.jpg)
Gas Cylinder
ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ଏକ ଏଚ୍ପି ଗ୍ୟାସ୍ ଗୋଦାମରୁ ୫୬ଟି ସିଲିଣ୍ଡର୍ ଚୋରି ହେବା ଘଟଣାରେ ପୁଲିସ୍ ୮ ଜଣଙ୍କୁ ଗିରଫ କରିଛି। ତା’ ସହିତ ୧୮ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଛି।
Advertisment
ଗିରଫ ୮ ଜଣଙ୍କ ମଧ୍ୟରୁ ୫ ଜଣ ଚୋରି କରିଥିବା ବେଳେ ଆଉ ୩ ଜଣ ସେମାନଙ୍କଠାରୁ ଚୋରା ଗ୍ୟାସ୍ ସିଲିଣ୍ଡର କିଣିଥିଲେ।
ଗିରଫ ବ୍ୟକ୍ତିମାନେ ମୟୂରଭଞ୍ଜର ବଡ଼ସାହି ଅଞ୍ଚଳର। ସେମାନେ ପୂର୍ବରୁ ବିଭିନ୍ନ ଚୋରି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି।
Advertisment
ପୁଲିସ୍ ଏହି ଚୋର ମାନଙ୍କ ଠାରୁ ୧୮ଟି ସିଲିଣ୍ଡର ସହିତ ଗୋଟିଏ କାର,ଏକ ପିକ୍ଅପ୍ ଭ୍ୟାନ୍, ମୋବାଇଲ ଫୋନ ଓ କିଛି ନଗଦ ଟଙ୍କା ଜବତ କରିଛି।
୫୬ଟି ଗ୍ୟାସ୍ ସିଲିଣ୍ଡର ଚୋରି ହୋଇଥିବା ନେଇ ଗତ ଜାନୁଆରୀ ମାସରେ ବାରିପଦା ଟାଉନ ଥାନାରେ ଏତଲା ଦିଆଯାଇଥିଲା। ଏତଲା ପାଇ ପୁଲିସ୍ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରୁଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
