Advertisment

ଗଞ୍ଜେଇ ଯାଞ୍ଚ ବେଳେ ସରକାରୀ ବସ୍‌ରୁ ମିଳିଲା ୧୮ ଲକ୍ଷ ଟଙ୍କା

ଗଞ୍ଜେଇ ଯାଞ୍ଚ ବେଳେ ସରକାରୀ ବସରୁ ମିଳିଲା ନଗଦ ୧୮ ଲକ୍ଷ ଟଙ୍କା। ଏହି ମାମଲାରେ ଜଣକୁ ପୁଲିସ୍‌ ଅଟକ ରଖିଛି। ଅଟକ ବ୍ୟକ୍ତିଙ୍କ ନାଁ ହେଉଛି ସଞ୍ଜୟ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ମଧୁବନ ଅଞ୍ଚଳର ବୋଲି ଜଣାପଡ଼ିଛି।

author-image
Manoj Swain
ଅଦ୍ୟତନ ହୋଇଛି

ଗଞ୍ଜେଇ ଯାଞ୍ଚ ବେଳେ ସରକାରୀ ବସରୁ ମିଳିଲା ନଗଦ ୧୮ ଲକ୍ଷ ଟଙ୍କା। ଏହି ମାମଲାରେ ଜଣକୁ ପୁଲିସ୍‌ ଅଟକ ରଖିଛି। ଅଟକ ବ୍ୟକ୍ତିଙ୍କ ନାଁ ହେଉଛି ସଞ୍ଜୟ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ମଧୁବନ ଅଞ୍ଚଳର ବୋଲି ଜଣାପଡ଼ିଛି। ଗଞ୍ଜେଇ ଚୋରା ଚାଲାଣ ନେଇ ଅଭିଯୋଗ ହେବା ପରେ ଆଜି ଅବକାରୀ ବିଭାଗ ବ୍ରହ୍ମପୁର ଲାଞ୍ଜିପଲି ବାଇପାସ୍‌ରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ସରକାରୀ ବସ୍‌ ଡିକିରୁ ଗଞ୍ଜେଇ ପ୍ୟାକେଟ୍‌ ଭଳି ଦେଖାଯାଉଥିବା ଗୋଟିଏ ପାର୍ସଲ ମିଳିଥିଲା। ଏହାକୁ ଯାଞ୍ଚ କରିବାରୁ ସେଥିରୁ ନଗଦ ୧୮ ଲକ୍ଷ ଟଙ୍କା ମିଳିଥିଲା।

Advertisment
Odisha Ganjam Crime