Advertisment

କୋଟାରେ ଆତ୍ମହତ୍ୟା ମହାମାରୀ, ଗଲା ଆଉ ଜଣେ ଛାତ୍ରଙ୍କ ଜୀବନ

ପୁଣି ଆତ୍ମହତ୍ୟା କଲେ କୋଟାରେ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ର। ଦୁଇ ମାସ ମଧ୍ୟରେ ୪ ଜଣ କଲେଣି ଆତ୍ମହତ୍ୟା।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ରାଜସ୍ଥାନର କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା ଏକ ମହାମାରୀରେ ପରିଣତ ହେଲାଣି। ଏଠାରେ ଆତ୍ମହତ୍ୟା ଖବର ଗୋଟିଏ କି ଦୁଇଟି ନୁହେଁ, ବାରମ୍ୱାର ଏହିପରି ଖବର ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରି ଦେଇଛନ୍ତି। ଏହାକୁ ଲଗାଇ ଚଳିତ ବର୍ଷ ଏଠାରେ ଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ୨୨ରେ ପହଞ୍ଚିଛି। 

Advertisment

ବିହାରର ଗୟାର ବାଲ୍ମିକି ଜଙ୍ଗିଦ ନାମକ ଜଣେ ୧୮ ବର୍ଷୀୟ ଛାତ୍ର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ଆଡମିଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଏଥିପାଇଁ କୋଟାର ମହାବୀର ନଗର ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ରହି ପ୍ରସ୍ତୁତି କରୁଥିଲେ। କିନ୍ତୁ ଗତକାଲି ସେ ଆତ୍ମହତ୍ୟା କରି ଦେଇଛନ୍ତି। ଆତ୍ମହତ୍ୟାର କୌଣସି କାରଣ ସ୍ପଷ୍ଟ ହୋଇନଥିବା ବେଳେ ବାରମ୍ୱାର କାହିଁକି ଛାତ୍ରମାନେ ଏପରି ଚରମ ନିଷ୍ପତ୍ତି ନେଉଛନ୍ତି ତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚଳିତ ବର୍ଷ ଏଠାରେ କୋଚିଂ ନେଉଥିବା ୨୨ ଜଣ ଛାତ୍ର ଆତ୍ମହତ୍ୟା କରି ସାରିଲେଣି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ମାନସିକ ସ୍ୱାସ୍ଥ୍ୟ ଦୁର୍ବଳ ଥିବା ଦର୍ଶାଇ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଲାଇନ୍ ନଂ ଜାରି କରାଯାଇଛି। ତଥାପି ଆତ୍ମହତ୍ୟାରେ ରୋକ୍ ନ ଲାଗିବା ଏକ ଚିନ୍ତାର ବିଷୟ।

Advertisment
Suicide News In Kota Kota Student Suicide Crime Story Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe