Advertisment

କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ ମନଜୋତ ସିଂହ। ତାଙ୍କ ଘର ଉତ୍ତର ପ୍ରଦେଶର ରାମପୁରରେ ଓ ସେ ଚଳିତ ବର୍ଷ ଏପ୍ରିଲ ମାସରେ ହିଁ ସ୍ୱତନ୍ତ୍ର କୋଚିଂ ପାଇଁ କୋଟା ଆସିଥିଲେ।

suicide

suicide

Advertisment

ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହି ୧୮ ବର୍ଷୀୟ ଛାତ୍ର ଜଣଙ୍କ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ହେଲେ ହଠାତ୍‌ ସେ ଜୀବନ ହାରିଛନ୍ତି।

Advertisment

ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ ମନଜୋତ ସିଂହ। ତାଙ୍କ ଘର ଉତ୍ତର ପ୍ରଦେଶର ରାମପୁରରେ ଓ ସେ ଚଳିତ ବର୍ଷ ଏପ୍ରିଲ ମାସରେ ହିଁ ସ୍ୱତନ୍ତ୍ର କୋଚିଂ ପାଇଁ କୋଟା ଆସିଥିଲେ।

ସେ କୋଟାରେ ପହଞ୍ଚିବା ପରେ ଗୋଟିଏ କୋଚିଂ ସେଣ୍ଟର୍‌ରେ ନାଁ ଲେଖାଇଥିଲେ ଓ ନିଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ହେଲେ ଗୁରୁବାର ସେ ରହୁଥିବା ହଷ୍ଟେଲ ରୁମରୁ ତାଙ୍କର ଝୁଲାନ୍ତା ମୃତଦେହ ମିଳିଛି। ସେ ଫ୍ୟାନରେ ବେଡ୍‌ଶିଟ ବେକର ବାନ୍ଧି ଝୁଲି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Advertisment

ଏହାକୁ ମିଶାଇ ଚଳିତ ବର୍ଷ କୋଟାରେ ୧୯ ଜଣ ଶିକ୍ଷାର୍ଥୀ ବିଭିନ୍ନ ସମୟରେ ଆତ୍ମହତ୍ୟା କରି ସାରିଲେଣି। ଗତମାସରେ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୭ ବର୍ଷୀୟ ଶିକ୍ଷାର୍ଥୀଙ୍କ ଝୁଲନ୍ତା ମୃତଦେ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା।

କୋଟା ବିଭିନ୍ନ କୋଚିଂ ସେଣ୍ଟର ପାଇଁ ବେଶ ପ୍ରସିଦ୍ଧ ଥିଲା। ହେଲେ ଏବେ ଏହା ଆତ୍ମହତ୍ୟା ପାଇଁ ପରିଚିତ ହେବାରେ ଲାଗିଲାଣି। ସହରରେ ପ୍ରାୟ ୨.୨୫ ଲକ୍ଷ ପିଲା ବିଭିନ୍ନ ବିଷୟରେ କୋଚିଂ ନେଉଛନ୍ତି।

ବିଶେଷ କରି ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଆଶାୟୀଙ୍କ ଭିଡ଼ ଏଠାରେ ଜମିଥାଏ। ହେଲେ ବିଭିନ୍ନ କାରଣ ପାଇଁ ପିଲାମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। 

Rajasthan Sucide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe