Advertisment

କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ମାଡ଼ି ବସିଲା ପୁଲିସ

ଗୋଟିଏ ବ୍ୟାଗ ଖୁଣ୍ଟାରୁ ନେଇ ଭୁବନେଶ୍ୱରରେ ପହଞ୍ଚାଇଲେ ମାଲିକ ସେମାନଙ୍କୁ ୫ଶହ ଟଙ୍କା ଦେଉଥିବା କହିଛନ୍ତି ଗିରଫ ଅଭିଯୁକ୍ତ।

ଅଦ୍ୟତନ ହୋଇଛି
liquor sized

liquor sized

Advertisment

ଅଭିନବ ଉପାୟରେ ଦେଶୀ ମଦ ଚୋରା ଚାଲାଣ କରୁଥିଲେ। ହେଲେ ଦୁର୍ଭାଗ୍ୟକୁ ପୁଲିସ ଜାଲରେ ପଡ଼ିଗଲେ। କୋଲ୍ଡଡ୍ରିଙ୍କସ୍ ବୋତଲରେ ମଦ ଚାଲାଣ କରୁଥିବା ବେଳେ ୧୮୦ ଲିଟର ଦେଶୀ ମଦ ଜବତ କରିଛି ପୁଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

Advertisment

ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟାରୁ ରାଜାବାବୁ ନାମକ ଏକ ଯାତ୍ରୀବାହୀ ବସ୍‌ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ବସ୍‌ରେ ଦେଶୀ ମଦ ଚାଲାଣ ହେଉଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଉଦଳା ବସଷ୍ଟାଣ୍ଡରେ ପୁଲିସ ବସ୍ ଅଟକାଇ ଚଢ଼ାଉ କରିଥିଲା। ବସରେ କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲା।

ପୁଲିସ ୧୮୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫମାନଙ୍କ ମଧ୍ୟରୁ ଦୁଇ ଜଣ ଭୁବନେଶ୍ୱର ହାଇଟେକ ଅଞ୍ଚଳର ସନ୍ୟାସୀ ବିଷୋୟୀଏବଂ ଉମାକାନ୍ତ ଦାସ। ଆଉ ଜଣେ ଅଭିଯୁକ୍ତ ଉଦଳା ଥାନା ଅମ୍ବିକାଦେଇପୁର ଅଞ୍ଚଳର ପୁଟୁ ସିଂ। ଭୁବନେଶ୍ୱର ଅଞ୍ଚଳର ଦୁଇବେପାରୀ ଚୋରା ଦେଶୀ ମଦ ନେବା ପାଇଁ ଭୁବନେଶ୍ୱରରୁ ବସରେ ଆସି ଖୁଣ୍ଟାରେ ପହଞ୍ଚିଥିଲେ। ରାତି ବସରେ ଖୁଣ୍ଟା ଅଞ୍ଚଳରୁ ଦେଶୀ ମଦ ନେଇ ଭୁବନେଶ୍ୱର ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ି ଯାଇଥିଲେ।

Advertisment

ଗୋଟିଏ ବ୍ୟାଗ ଖୁଣ୍ଟାରୁ ନେଇ ଭୁବନେଶ୍ୱରରେ ପହଞ୍ଚାଇଲେ ମାଲିକ ସେମାନଙ୍କୁ ୫ଶହ ଟଙ୍କା ଦେଉଥିବା କହିଛନ୍ତି ଗିରଫ ଅଭିଯୁକ୍ତ।

Odisha Police Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe