Advertisment

ବିଷାକ୍ତ ମଦ ପିଇ ୧୯ ମୃତ; ନେତାଙ୍କ ପୁଅ ସମେତ ୭ ଗିରଫ

ଘଟଣାକୁ ନେଇ ବିରୋଧୀ ଦଳ, ମନୋହର ଲାଲ ଖଟ୍ଟର ସରକାରଙ୍କୁ ସମାଲୋଚନା କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ହରିୟାଣାରେ ମୁଣ୍ଡ ନେଉଛି ବିଷାକ୍ତ ମଦ। ଦୁଇ ଦିନ ତଳେ ଛଅ ଜଣଙ୍କ ଜୀବନ ଯାଇଥିବା ବେଳେ ପୁଣି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଯମୁନାନଗର ଏବଂ ଅମ୍ବଲା ଜିଲ୍ଲାର ବିଭିନ୍ନ ଗ୍ରାମର ୧୯ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ଏହି ମାମଲାରେ କଂଗ୍ରେସ ଓ ଜନନାୟକ ଜନତା ପାର୍ଟି(ଜେଜେପି)ର ନେତାଙ୍କ ଦୁଇ ପୁଅ ସମେତ ସାତ ଜଣଙ୍କୁ ଗିରଫ କରିଛି ପୁଲିସ।

Advertisment

ଯମୁନାଗର ଏବଂ ପଡୋଶୀ ଅମ୍ବାଲା ଜିଲ୍ଲାର ମାଣ୍ଡେୱରୀ, ପାନଜେଟୋ କା ମଜ୍ରା, ଫୋସଗଡ ଏବଂ ସରାନ ଗ୍ରାମରେ ୧୯ ଜଣ ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ଘଟଣାକୁ ନେଇ ବିରୋଧୀ ଦଳ, ମନୋହର ଲାଲ ଖଟ୍ଟର ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ଅତୀତର ଏହିପରି ଘଟଣାରୁ ଶିକ୍ଷା ଗ୍ରହଣ କରିବାରେ ବିଫଳ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି।

ପୁଲିସ କହିଛି ଯେ, ଗୁରୁବାର ଅମ୍ବଲାରେ ଉତ୍ତରପ୍ରଦେଶର ଦୁଇଜଣ ପ୍ରବାସୀ ଶ୍ରମିକଙ୍କର ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକେ ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ଏଥିସହ ଅମ୍ବାଲା ପୁଲିସ ଏକ ପରିତ୍ୟକ୍ତ କାରଖାନାରେ ନିର୍ମିତ ୨୦୦ କ୍ରେଟ୍ ନକଲି ମଦ ଜବତ କରିଛି। ବେଆଇନ ମଦ ତିଆରିରେ ବ୍ୟବହୃତ ୧୪ଟି ଖାଲି ଡ୍ରମ୍ ଏବଂ ସାମଗ୍ରୀ ମଧ୍ୟ ଜବତ କରିଛି ପୁଲିସ। ମାମଲାର ତଦନ୍ତ ପାଇଁ ଯମୁନାଗର ପୁଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିଛି।

Toxic Liquor Crime Death For Poisonous Liquor Poisonous Liquor Haryana Police