Advertisment

ପରିବାରର ୪ ଜଣଙ୍କୁ ହରାଇ ଭାଙ୍ଗିପଡ଼ିଲେ ନାବାଳକ; ଝୁଲି ପଡ଼ିଲେ

ମାଆର ଶବ ରାଉରକେଲାରୁ ଆସି ନ ଥିଲା ବେଳେ ପୁଅ ଝୁଲି ପଡ଼ିଲା।

ଅଦ୍ୟତନ ହୋଇଛି
Patnagarh

Patnagarh

Advertisment

‘ମା’ ତୁ ତ ମୋତେ ଏକୁଟିଆ କରି ଛାଡ଼ି ଚାଲିଗଲୁ। ତୁ ଗଲା ପରେ ମୋ କଥା ଆଉ କିଏ ବୁଝିବ। ମୁଁ ଆଉ କାହା ପାଇଁ ବଞ୍ଚିବି ? ତୋର ମୃତଦେହକୁ ଡାକ୍ତରଖାନରୁ ଆଣିବାକୁ ମୋ ପାଖରେ ସମ୍ବଳ ନାହିଁ।’ ଏପରି ଚିନ୍ତା କରି ମା’ ସହ ପରିବାରର ୩ ଜଣଙ୍କୁ ହରାଇ ମ୍ରିୟମାଣ ହୋଇପଡ଼ିଥିଲେ  ୧୭ ବର୍ଷୀୟ ପୁଅ।  ଆଉ ମା’ର ଶାଢ଼ି ଲଗାଇ କରିଦେଲେ ଆତ୍ମହତ୍ୟା।

Advertisment

ମୃତ ନାବାଳକ ଜଣଙ୍କ ହେଲେ ଦ୍ରୋଣ ମହାକୁଡ଼। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ଗତ ୧୦ ତାରିଖ ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ କାନୁଟ୍ ଗାଁର ଉପରପଡ଼ାରେ ରହୁଥିବା ଅଦା ବରିହାଙ୍କ ପରିବାରର ୬ ଜଣ ସଦସ୍ୟ ବସି ଟିଭି ଦେଖୁଥିଲେ। ସେହି ସମୟରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ଘରେ ନିଆଁ ଲାଗି ଯାଇଥିଲା। ଫଳରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଥିଲେ। ତୁରନ୍ତ ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧୨ ତାରିଖରେ ଜଣଙ୍କ ଜିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର୨ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

ସେହିପରି ଗତକାଲି ରାଉରକେଲାର ଏକ ଘରୋଇ ମେଡିକାଲରେ ଦ୍ରୋଣଙ୍କ ମା’ମାଳତିଙ୍କର ମୃତ୍ୟୁ ହୋଇଥିଲା। ହେଲେ ମେଡିକାଲରେ ଚିକିତ୍ସା ବାବଦକୁ ଟଙ୍କା ପଇଠ ହୋଇ ନଥିବାରୁ ମୃତଦେହ ଘରକୁ ଆସିପାରିନଥିଲା। ପାଖରେ ଟଙ୍କା ନଥିବାରୁ ଚିନ୍ତାରେ ଥିଲେ ପୁଅ ଦ୍ରୋଣ।  ଗାଁର ଯୁବକମାନେ ମୃତଦେହ ଆଣିବା ପାଇଁ ଚାରିଆଡେ ବୁଲି ଭିକ୍ଷ ମାଗିଥିଲେ। ଏହି ସବୁ ଦେଖି କଅଁଳ ବୟସରେ ଭାଙ୍ଗିପଡ଼ିଥିଲା ଦ୍ରୋଣ।

ଆଜି ସକାଳେ ନିଜ ମା’ର ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଗ୍ରାମବାସୀ ଏହି ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଦ୍ରୋଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଅଞ୍ଚଳରେ ଆଜି ଦୋକାନ, ବଜାର ବନ୍ଦ ରହିଛି।  ଏପରିକି କାନୁଟପଞ୍ଚାୟତରେ ଥିବା ବିଭିନ୍ନ ସ୍କୁଲ, ସରକାରୀ ଅଫିସ ଗୁଡିକ ବନ୍ଦ ରଖାଯାଇଛି। 

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe