Advertisment

୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ: ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ ନିର୍ଦ୍ଦୋଷରେ ଖଲାସ

ଆଜି ରାଜସ୍ଥାନର ଏକ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ କରିମକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Abdul Karim

Abdul Karim

Advertisment

୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ଆଜି ରାଜସ୍ଥାନର ଏକ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ କରିମକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରମାଣ ଅଭାବରୁ ଅବଦୁଲ ଦୋଷମୁକ୍ତ ହୋଇଥିବା ସୂଚନା ମିଳିଛ।

Advertisment

ସୟଦ ଅବଦୁଲ କରିମ(ତୁଣ୍ଡା) ବାଂଲାଦେଶ ପଳାୟନ କରିବା ପୂର୍ବରୁ ୧୯୯୩ରେ ଭାରତରେ ୪୦ରୁ ଅଧିକ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଥିଲା। ୧୯୯୨ରେ ବାବ୍ରି ମସଜିଦ ଉଚ୍ଛେଦ ହେବାର ଗୋଟିଏ ବର୍ଷ ପରେ ଏହି ବିସ୍ଫୋରଣ ଘଟିଥିଲା। ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଅବଦୁଲକୁ ସମର୍ଥନ କରୁଥିବା କୁହାଯାଉଥିଲା। 

ସୟଦ ଅବଦୁଲ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ଜଣେ ସଦସ୍ୟ ବୋଲି କୁହାଯାଏ। ୨୦୧୩ରେ ଭାରତ-ନେପାଳ ସୀମାରୁ ପୁଲିସ ତାକୁ ଗିରଫ କରିଥିଲା। କିନ୍ତୁ ବମ୍ବେରେ ହୋଇଥିବା ସିରିଜ୍ ବ୍ଲାଷ୍ଟ ଘଟଣାରେ ସାକ୍ଷ୍ୟ, ପ୍ରମାଣ ଅଭାବରୁ କୋର୍ଟ ତାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। 

Advertisment

ପ୍ରକାଶ ଥାଉ କି, ୧୯୯୬ ସୋନେପତ ବୋମା ବିସ୍ଫୋରଣ ଘଟଣାରେ ସଜା କାଟୁଛି ସୟଦ ଅବଦୁଲ। ୨୦୧୭ରେ କୋର୍ଟ ତାକୁ ଆଜୀବନ କାରାଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜରିମାନା କରିଥିଲେ। 

1993 Bomb Blasts Abdul Karim Tunda Bomb Blasts
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe