Advertisment

ଦୁଇ ଶ୍ରମିକଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ବନ୍ଧା ହେଲେ ଦୁଇ ଯୁବକ

ଗତ ୫ ତାରିଖ ଦିନ ହାଡିଆପଠାରେ କିଛି ନିଶାସକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଯୁବକମାନେ ଦୁଇ ଶ୍ରମିକଙ୍କୁ ଉଠାଇ ନେଇ ଯୋବ୍ରା ଅଞ୍ଚଳର ପରିତ୍ୟକ୍ତ ଘରେ ରଖିଥିଲେ।

author-image
Niharika Rout
Arrest

Arrest

 ଦୁଇ ଜଣ ଶ୍ରମିକଙ୍କୁ ଅପହରଣ କରି ଟଙ୍କା ମାଗିବା ମହଙ୍ଗା ପଡ଼ିଲା। ଏପରି କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି କଟକର ମଙ୍ଗଳାବାଗ ଥାନା ପୁଲିସ।

Advertisment

ଝାଡ଼ଖଣ୍ଡର ଦୁଇ ଜଣ ଶ୍ରମିକ ଏସିସିବି ମେଡିକାଲ ସଂପ୍ରସାରଣ କାମରେ ନିୟୋଜିତ ଏକ ଠିକା ସଂସ୍ଥାରେ କାମ କରୁଥିଲେ। ଗତ ୫ ତାରିଖ ଦିନ ହାଡିଆପଠାରେ କିଛି ନିଶାସକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଯୁବକମାନେ ଦୁଇ ଶ୍ରମିକଙ୍କୁ ଉଠାଇ ନେଇ ଯୋବ୍ରା ଅଞ୍ଚଳର ପରିତ୍ୟକ୍ତ ଘରେ ରଖିଥିଲେ।

ସେମାନଙ୍କ ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ। ତେବେ ଏ ନେଇ ଶ୍ରମିକଙ୍କ ପରିବାର ଲୋକ ସେମାନଙ୍କ ସହ ରହୁଥିବା କଟକର ଆଉ ଜଣେ ବ୍ୟକ୍ତିଙ୍କୁ କହିଥିଲେ।

Advertisment

ଏନେଇ ମଙ୍ଗଳବାଗ ଥାନାରେ ଅଭିଯୋଗ ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ପୁଲିସ୍‌ ଯୋବ୍ରା ଅଞ୍ଚଳର ବିନୋଦ ସାମଲ ଓ ମଙ୍ଗଳାବାଗ ଘାଷିଆ ସାହିର ଦେବୁନ ସାମଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି

Kidnap Cuttack Threat To Kill