Advertisment

ହରିଣକୁ ଶିକାର କରି ବାଇକରେ ଚମ୍ପଟ ମାରିଲେ

ଗତକାଲି ପୁରୁଷୋତ୍ତମପୁର ନିକଟରେ ଥିବା ମହେଶ୍ୱରପୁର ପଟାସ ଜଙ୍ଗଲକୁ ଏକ ହରିଣ ପଶି ଆସିଥିଲା।

Accused arrested

Accused arrested

Advertisment

ହରିଣକୁ ଗୋଡ଼େଇ ଗୋଡ଼େଇ ତୀର ମାରି ଶିକାର କଲେ। ପରେ ବାଇକରେ ମୃତ ହରିଣକୁ ନେଇ ଚମ୍ପଟ୍ ମାରିଲେ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ୍ ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ। ଏହି ଘଟଣାରେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି।

Advertisment

ଗତକାଲି ପୁରୁଷୋତ୍ତମପୁର ନିକଟରେ ଥିବା ମହେଶ୍ୱରପୁର ପଟାସ ଜଙ୍ଗଲକୁ ଏକ ହରିଣ ପଶି ଆସିଥିଲା। ହରିଣଟିକୁ ଦେଖି ଦୁଇଜଣ ବ୍ୟକ୍ତି ଧନୁତୀର ଧରି ଶିକାର କରିବା ପାଇଁ ତାକୁ ଗୋଡ଼େଇ‌ଥିଲେ। ପରେ ତାକୁ ଶିକାର କରି ମଟର ସାଇକେଲରେ ନେଇ ଚମ୍ପଟ ମାରିଥିଲେ। ହରିଣଟିକୁ ଶିକାର କରି କରିବା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ଘଟଣା ପ୍ରଘଟ ହେବା ପରେ ବନ କର୍ମଚାରୀ ଓ ପୁଲିସ ଗାଁରେ ପହଞ୍ଚିଥିଲେ। ଘଟଣାର ତଦନ୍ତ କରିବା ସହ ୨ ଅଭିଯୁକ୍ତକୁ ଗିରଫ କରିଥିଲା ବନ ବିଭାଗ। ଏହାସହ ସେମାନଙ୍କଠାରୁ ବାଇକକୁ ଜବତ କରିବା ସହ ମୃତ ହରିଣକୁ ମଧ୍ୟ ଉଦ୍ଧାର କରିଥିଲା।

Advertisment
Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe