Advertisment

ମୋବାଇଲ୍ ପାଇଁ ହୋଟେଲ୍ କର୍ମଚାରୀଙ୍କୁ ମାରିଦେଲେ

ବୁଧବାର ସକାଳେ ବିକ୍ରମ ପ୍ରଧାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ପୁରୀ ଚକ୍ରତୀର୍ଥ ରୋଡରେ ହୋଟେଲ୍ କର୍ମଚାରୀ ବିକ୍ରମ ପ୍ରଧାନଙ୍କ ହତ୍ୟାକାଣ୍ଡର ଫର୍ଦ୍ଦାଫାସ କରିଛି ପୁଲିସ। ମୋବାଇଲକୁ କେନ୍ଦ୍ର କରି ହୋଟେଲ କର୍ମଚାରୀ ବିକ୍ରମ କେଶରୀ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ଏସପି ପିନାକ ମିଶ୍ର।

Advertisment

ଏସପି କହିଛନ୍ତି ଯେ, ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଲା ଚନ୍ଦନପୁରର ସନ୍ତୋଷ କୁମାର ନାୟକ ଓ ଅନ୍ୟ ଜଣକ ଚକ୍ରତୀର୍ଥ ରୋଡର ବିଶ୍ୱଜିତ କୁମାର ରଥ। ଦୁଇ ଅଭିଯୁକ୍ତଙ୍କଠାରୁ ପୁଲିସ ଗୋଟିଏ କଟୁରୀ, ମୋବାଇଲ୍ ଫୋନ୍ ଓ ବାଇକ୍ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ଟଙ୍କା ଆବଶ୍ୟକ ଥିବାରୁ ମୋବାଇଲ୍ ଫୋନକୁ ଅଭିଯୁକ୍ତଙ୍କୁ ଦେଇ ୬ଶହ ଟଙ୍କା ଆଣିଥିଲେ ବିକ୍ରମ। ପରେ ଅଭିଯୁକ୍ତ ମାନେ ବିକ୍ରମର ମୋବାଇଲ୍ ଫୋନକୁ ଅନ୍ୟତ୍ର ବିକି ଦେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ବିକ୍ରମ ଅଭିଯୁକ୍ତ ମାନଙ୍କୁ ୬ଶହ ଟଙ୍କା ଫେରସ୍ତ କରି ମୋବାଇଲ୍ ଫୋନ୍ ମାଗିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ଦୁଇ ଅଭିଯୁକ୍ତ ସନ୍ତୋଷ ଓ ବିଶ୍ୱଜିତ ପ୍ରଥମେ ପଥରରେ ଓ ପରେ କଟୁରୀରେ ଅତି ବୀଭତ୍ସ ଭାବେ ବିକ୍ରମଙ୍କୁ ହତ୍ୟା କରିଥିଲେ ବୋଲି ଏସପି ସୂଚନା ଦେଇଛନ୍ତି। 

Advertisment

ସୂଚନାଯୋଗ୍ୟ, ବୁଧବାର ସକାଳେ ପୁରୀ ସି ବୀଚ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡ ଲେପୋର୍ସି ମେଡିକାଲ ନିକଟରୁ ବିକ୍ରମ ପ୍ରଧାନଙ୍କ ମୃତଦେହ ମଳିଥିଲା। ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଥିଲା। 

Puri Murder