Advertisment

କର୍ପୋରେଟରଙ୍କ ଝିଅ ହତ୍ୟା ମାମଲା; ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରି ୨ ଗିରଫ

କଲେଜ ସମ୍ମୁଖରେ ନେହାଙ୍କୁ ହତ୍ୟା କରିଥିଲା ଫୟଜ। ହତ୍ୟାକାଣ୍ଡରେ 'ଲଭ୍ ଜିହାଦ' ଆଙ୍ଗଲ୍ ଥିବା ଅଭିଯୋଗ କରାଯାଉଛି...

ଅଦ୍ୟତନ ହୋଇଛି
File Photo

File Photo

Advertisment

କର୍ଣ୍ଣାଟକର କଂଗ୍ରେସ କର୍ମୀ ତଥା କର୍ପୋରେଟର ନିରଞ୍ଜନ ହିରେମାଥଙ୍କ ଝିଅ ହତ୍ୟା ମାମଲାରେ ୨ ଜଣ ଗିରଫ। ସୋଶାଲ ମିଡିଆ ପୋଷ୍ଟ ଆଧାରରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ସୋଶାଲ ମଡିଆରେ ପୋଷ୍ଟ କରିଥିଲେ ଯେ, ମୃତ ନେହା ହିରେମାଥ ଅଭିଯୁକ୍ତ ଫୟଜ ଖୋଣ୍ଡୁନାଏକଙ୍କ ସହ ସମ୍ପର୍କରେ ଥିଲେ। 

Advertisment

ନେହା ହିରେମାଥଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ଦିନକୁ ଦିନ ତୀବ୍ର ହେଉଛି ବିବାଦ। ଏପ୍ରିଲ ୧୮ରେ ଫୟଜ କଲେଜ ସାମ୍ନାରେ ନେହାଙ୍କୁ ଛୁରୀ ଭୁଶି ହତ୍ୟା କରିଥିଲା। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଫୟଜକୁ ଗିରଫ କରିଛି। ପଚରାଉଚରା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ପରବର୍ତ୍ତୀ ସମୟରେ ନେହା ତାଙ୍କଠାରୁ ଦୂରେଇ ଯାଇଥିଲେ ବୋଲି ସ୍ୱୀକାର କରିଥିଲା ଫୟଜ।

ଏହି କାରଣରୁ ଫୟଜ ନେହାଙ୍କୁ ହତ୍ୟା କରିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତଦନ୍ତ ଚାଲିଥିବା ବେଳେ ଘଟଣାରେ 'ଲଭ୍ ଜିହାଦ' ଆଙ୍ଗଲ୍ ଥିବା ମଧ୍ୟ ଅଭିଯୋଗ କରାଯାଉଛି, ଯାହା ବିବାଦର ମୁଖ୍ୟ କାରଣ। ରାଜ୍ୟ ବିଜେପି 'ଲଭ୍ ଜିହାଦ' କାରଣରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଥିବା ବେଳେ ନେହାଙ୍କ ବାପା କର୍ପୋରେଟର ନିରଞ୍ଜନ ମଧ୍ୟ ସମାନ କଥା କହିଛନ୍ତି।

Advertisment

ଏହାକୁ ନେଇ ଗତକାଲି ଦକ୍ଷିଣପନ୍ଥୀ କର୍ମକର୍ତ୍ତା ହବବାଲିର ବିଦ୍ୟାନଗର ପୁଲିସ ଷ୍ଟେସନ ସମ୍ମୁଖରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ଫୟଜକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ। ଏପରି ସମୟରେ ଦୁଇ ଜଣ ଯୁବକ ଉଭୟଙ୍କ ସମ୍ପର୍କକୁ ନେଇ ସୋଶାଲ ମିଡିଆରେ ପୋଷ୍ଟ କରିଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିଛି।  

Murder Crime Love Jihad Karnataka Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe