Advertisment

Women's World Cup: ଲଜ୍ଜା: ବିଶ୍ୱକପ ପାଇଁ ଭାରତ ଆସିଥିବା ଅଷ୍ଟ୍ରେଲିଆର ୨ ମହିଳା କ୍ରିକେଟରଙ୍କୁ ବିଚ ରାସ୍ତାରେ ଅସଦାଚାରଣ

ଶନିବାର ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇନ୍ଦୋରରେ ବିଶ୍ୱକପର ଗୋଟିଏ ମ୍ୟାଚ୍‌ ଖେଳାଯିବ। ଏହାପୂର୍ବରୁ ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ସହ ଏପରି ଘଟଣା ଘଟିଛି।

AUS

ଅଭିଯୁକ୍ତ

Advertisment

ଆଇସିସି ମହିଳା ବିଶ୍ୱକପ ଆୟୋଜନ କରୁଛି ଭାରତ। ଏଥିପାଇଁ ପାକିସ୍ତାନକୁ ଛାଡ଼ି ପ୍ରାୟ ସବୁ ଦଳ ଭାରତର ବିଭିନ୍ନ ସହରକୁ ମ୍ୟାଚ୍‌ ଖେଳିବାକୁ ଆସିଛନ୍ତି। ହେଲେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ଭାରତର ମୁଣ୍ଡକୁ ଲଜ୍ଜାରେ ନୂଆଁ ଦେଇଛି ଜଣେ ଅଭଦ୍ର ବ୍ୟକ୍ତି। ବିଶ୍ୱକପ(World Cup) ଖେଳିବାକୁ ଭାରତ ଆସିଥିବା ୨ ଜଣ ମହିଳା ଅଷ୍ଟ୍ରେଲୀୟ(Australia) କ୍ରିକେଟରଙ୍କୁ ଇନ୍ଦୋରର ବିଚ ରାସ୍ତାରେ କରାଯାଇଛି ଅସଦାଚରଣ। ଜଣେ ବାଇକଧାରୀ ୨ ଜଣଙ୍କ ପିଛା କରିବା ସହ ସେମାନଙ୍କୁ ଅସଦାଚରଣ କରିବା ଭଳି ଲଜ୍ଜାଜନକ କାଣ୍ଡ ଭିଆଇଛି। 

Advertisment

ପୂରା ଘଟଣା ଗୁରୁବାର ଘଟିଥିବା ବେଳେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତ ବାଇକ ଆରୋହୀକୁ ଗିରଫ କରିଛି। ଶନିବାର ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇନ୍ଦୋରରେ ବିଶ୍ୱକପର ଗୋଟିଏ ମ୍ୟାଚ୍‌ ଖେଳାଯିବ। ଏହାପୂର୍ବରୁ ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ସହ ଏପରି ଘଟଣା ଘଟିଛି।

ପୁଲିସ୍‌ କହିଛି ଯେ ଗୁରୁବାର ସକାଳେ ୨ ଅଷ୍ଟ୍ରେଲୀୟ କ୍ରିକେଟର ରାଡିସନ ବ୍ଲ୍ୟୁ ହୋଟେଲରୁ ଗୋଟିଏ କାଫେକୁ ଯାଉଥିଲେ। ଏହି ସମୟରେ ଅକୀଲ ଖାନ ନାମକ ଜଣେ ବାଇକଧାରୀ ସେମାନଙ୍କ ପିଛା କରିଥିଲା। ଏହାପରେ ୨ ଜଣଙ୍କ ମଧ୍ୟରୁ ଜଣଙ୍କୁ ସେ ଅସଦାଚରଣ କରିଥିଲା। 

Advertisment

ସବ ଇନସପେକ୍ଟର ନିଧି ରଘୁବଂଶୀ କହିଛନ୍ତି, ଦୁଇ ଜଣ କ୍ରିକେଟର ହୋଟେଲରୁ ବାହାରି ଚାଲିଚାଲି କାଫେକୁ ଯାଉଥିଲେ। ଏହି ସମୟରେ ବାଇକରେ ଜଣେ ବ୍ୟକ୍ତି ସେମାନଙ୍କ ପିଛା କରିଥିଲା। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଇକଧାରୀ ଜଣକ ଅପାତ୍ତିଜନକ ଭାବେ ସ୍ପର୍ଶ କରି ସେଠାରୁ ଦ୍ରୁତଗତିରେ ଚାଲି ଯାଇଥିଲା।

ଏନେଇ ସେମାନେ ତୁରନ୍ତ ଟିମର ସୁରକ୍ଷା ଅଧିକାରୀ ଡ୍ୟାନୀ ସିମନ୍ସଙ୍କ ସହ ଯୋଗାଯୋଗ କରିଥିଲେ। ସେ ସ୍ଥାନୀୟ ସୁରକ୍ଷା ଅଫିସରଙ୍କ ସହାୟତାରେ ଘଟଣାସ୍ଥଳକୁ ଗୋଟିଏ ଗାଡ଼ି ପଠାଇଥିଲେ। ସୂଚନା ପାଇ ଏସିପି ହିମାନୀ ମିଶ୍ରା ଦୁଇ ଖେଳାଳିଙ୍କୁ ଭେଟିଥିଲେ। ସେମାନଙ୍କ ବୟାନକୁ ରେକର୍ଡ କରି ତୁରନ୍ତ ଏଆଇଜି ପୁଲିସ ଷ୍ଟେସନରେ ମାମଲା କରାଯାଇଥିଲା। 

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଅଭିଯୁକ୍ତର ବାଇକ ନମ୍ବରକୁ ନୋଟ କରିଥିଲେ। ସେହିପରି ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅକୀଲ ଖାନକୁ ଗିରଫ କରାଯାଇଛି। ତା’ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିଲା। ଏବେ ଘଟଣାର ପୂରା ତଦନ୍ତ କରାଯାଉଥିବା ରଘୁବଂଶୀ ସୂଚନା ଦେଇଛନ୍ତି। 

Australia World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe