Advertisment

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକିନେଲେ ଦୁଇ ଭାଇ

ଗତ ଗାନ୍ଧି ଜୟନ୍ତୀ ଅବସରରେ ସଂସ୍ଥା ତରଫରୁ ବମ୍ପର ଅଫର ଦିଆଯାଇଥିଲା। ଏହି ଅଫର ଅନୁଯାୟୀ, ୫ ହଜାର ଦେଲେ, ୨୪ ଘଣ୍ଟାରେ ୬ ହଜାର ଫେରିପାଇବେ ।

Arrest

Arrest

Advertisment

ଯେତିକି ଡିପୋଜିଟ କରିବ ତାହାର ମୂଳ ଧନ ସହ ୫ ଗୁଣ, ୧୦ ଗୁଣ ଫେରିପାଇବ। ଏପରି ମାୟାରେ ବାୟା ହୋଇ ନୟାଗଡ଼ର ପ୍ରାୟ ୨ ହଜାରରୁ ଅଧିକ ଲୋକଙ୍କଠାରୁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍‌ କରି ଦେଇଥିଲେ। ମାତ୍ର ତାହା ପରେ ଆପ୍‌ ଡିଲିଟ ହୋଇ ଯାଇଥିବା ବେଳେ ବନ୍ଦ ହୋଇଗଲା ଫୋନ୍‌ ନମ୍ବର । ଏହାପରେ କାନମୁଣ୍ଡ ଆଉଁଷି ଥାନାର ଦ୍ୱାରସ୍ଥ ହେଲେ ବହୁ ସଂଖ୍ୟାରେ ଜମାକରୀ। ଏହାପରେ ପୁଲିସ୍‌ ତଦନ୍ତ କରି ଏହି ସ୍କାମ୍‌ର ମାଷ୍ଟରମାଇଣ୍ଡ ଦୁଇ ଭାଇଙ୍କୁ ଗିରଫ କରିଛି।

Advertisment

ପ୍ରାୟ କିଛି ମାସରେ APM ଟର୍ମିନାଲସ ନାମକ ସଂସ୍ଥା ଆକର୍ଷଣୀୟ ଅଫର ଦେଖାଇ ନୟାଗଡ଼ରେ ତାର ଚେର ଲମ୍ବାଇ ଚାଲିଥିଲା। ୫ ହଜାର ଡିପୋଜିଟ୍ କଲେ ମାସକୁ ମିଳିବ ୫୫ ହଜାର ଏବଂ ୧୫ ହଜାର ଡିପୋଜିଟ କଲେ ଲକ୍ଷାଧିକ ଟଙ୍କା ମିଳିବ ବୋଲି ଲୋଭ ଦେଖାଉଥିଲା।

ଗତ ଗାନ୍ଧି ଜୟନ୍ତୀ ଅବସରରେ ସଂସ୍ଥା ତରଫରୁ ବମ୍ପର ଅଫର ଦିଆଯାଇଥିଲା। ଏହି ଅଫର ଅନୁଯାୟୀ, ୫ ହଜାର ଦେଲେ, ୨୪ ଘଣ୍ଟାରେ ୬ ହଜାର ଫେରିପାଇବେ । ଏଥିସହ ଦିନକୁ ହଜାରେ ଟଙ୍କା ଲେଖାଏ ପାଇବେ ବୋଲି କୁହାଗଲା। ଏପରି ଅଫର୍‌ ପାଇ ଗାନ୍ଧି ଜୟନ୍ତୀରେ ବହୁ ସଂଖ୍ୟାରେ ଲୋକେ ମୋଟା ଅଙ୍କର ଅର୍ଥ ଜମା କରିଥିଲେ। ।

Advertisment

କିନ୍ତୁ ତା’ ପରଦିନକୁ ଉକ୍ତ ଆପ୍‌ ଡିଲିଟ ହୋଇ ଯାଇଥିବା ବେଳେ ଫୋନ୍‌ ନମ୍ବର ସୁଇଚ୍‌ ଅଫ୍‌ ହୋଇ ଯାଇଥିଲା। ବହୁ ରାଜନେତା, ଓକିଲ ଓ ପୁଲିସ କର୍ମଚାରୀ ବି ଏହି ଆପ୍‌ ଦ୍ୱାରା ଠକାମୀର ଶିକାର ହୋଇଥିବା ଜଣାଯାଇଛି।

ଏନେଇ ଗତ ୩ ଦିନ ହେବ ବହୁ ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ କରି ଏହି ସ୍କାମ୍‌ର ମାଷ୍ଟରମାଇଣ୍ଡ ଦୁଇ ଭାଇଙ୍କୁ ବାନ୍ଧିଛି। ସେମାନେ ହେଲେ ନୟାଗଡ଼ ଗାୟତ୍ରୀ କଲୋନୀର ଅରୁଣ ଦାଶ ଓ ଅମୁଲ୍ୟ ଦାଶ । ଅମୂଲ୍ୟ ଦାଶ ନୟାଗଡ଼ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ଭାବେ କାମ କରୁଥିବା ଜଣାଯାଇଛି।

ଏହି ଘଟଣାରେ ନୟାଗଡ଼ ଟାଉନ ଥାନା ଅଧିକାରୀ କହିଛନ୍ତି, ଯେତେବେଳେ ଗ୍ରାହକମାନେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଲେ ଥାନାକୁ ଆସିଥିଲେ। ଆମେ ଏହାର ତଦନ୍ତ କରୁଛୁ। ଏହା ଏକ ଠକ୍‌ ଆପ୍‌ ବୋଲି ଜଣାଯାଇଛି। ଏହା ନୟାଗଡ଼ ସମେତ ବାହାର ଅଞ୍ଚଳକୁ ବି ବ୍ୟାପିଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛୁ।

Arrest Online Fraud Nayagarh Fraud Brothers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe