/odisha-reporter/media/media_files/2025/10/01/police-2025-10-01-11-39-34.jpg)
ଗିରଫ ଦୁଇ ପୁଲିସ୍ କନଷ୍ଟେବଲ
ଖାକିରେ ଲାଗିଛି ଦାଗ। ସୁରକ୍ଷା ଯୋଗାଇ ଦେବା ବଦଳରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଘଟାଇଛନ୍ତି ଜଘନ୍ୟକାଣ୍ଡ। ଆନ୍ଧ୍ରରୁ ଫଳ ବିକ୍ରି କରିବାକୁ ତାମିଲନାଡୁ (Tamilnadu) ଆସିଥିବା ଜଣେ ଯୁବତୀଙ୍କୁ ଥିରୁବନ୍ନାମଲାଇ ଜିଲ୍ଲାରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଦୁଷ୍କର୍ମ(Stop Rape) କରିଥିବା ଅଭିଯୋଗ ହୋଇଛି। ୨୫ ବର୍ଷୀୟ ଆନ୍ଧ୍ର ଯୁବତୀଙ୍କୁ ତାମିଲନାଡୁରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ପରେ ୨ ପୁଲିସ୍ କର୍ମଚାରୀଙ୍କୁ ପ୍ରଥମେ ନିଲମ୍ବନ ପରେ ଗିରଫ କରାଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ ପୀଡ଼ିତା ଓ ତାଙ୍କ ମା’ ଆନ୍ଧ୍ର ପ୍ରଦେଶରୁ ଫଳ ବିକ୍ରି କରିବା ପାଇଁ ସୋମବାର ଥିରୁବନ୍ନାମଲାଇ ଆସିଥିଲେ। ସେମାନେ ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଗାଡ଼ି ରଖି ଛିଡ଼ା ହୋଇଥିବା ବେଳେ ପ୍ୟାଟ୍ରୋଲିଂ ଡ୍ୟୁଟିରେ ଥିବା କନଷ୍ଟେବଲ ଡି ସୁରେଶରାଜ ଓ ପି ସୁନ୍ଦର ସେଠାରେ ପହଞ୍ଚିଥିଲେ।
ଏତେ ରାତିରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବାରୁ ଉଭୟ ସେମାନଙ୍କୁ ପଚରାଉଚରା କରିଥିଲେ। ଏହାପରେ ଆନ୍ଧ୍ରରୁ ଆସିଥିବା ମା’ ଓ ଝିଅଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଉଭୟଙ୍କୁ ନିର୍ଯାତନା ଦିଆଯାଇଥିଲା। ଏହାପରେ ୨୫ ବର୍ଷୀୟ ଯୁବତୀଙ୍କୁ ସେମାନେ ତାଙ୍କ ମା’ଙ୍କ ଠାରୁ ଅଲଗା କରି ଅନ୍ୟ ଗୋଟିଏ ରୁମକୁ ନେଇ ଯାଇଥିଲେ। ସେଠାରେ ଦୁଇ ପୁଲିସ୍ କର୍ମଚାରୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦେଇ ଇଚାଲିଥିଲେ।
ସେମାନଙ୍କ କବଳରୁ ମୁକୁଳିବା ପରେ ମହିଳା ଓ ତାଙ୍କ ଝିଅ ପୁଲିସ୍ରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ତୁରନ୍ତ ଦୁଇ ଅଭିଯୁକ୍ତ କର୍ମଚାରୀଙ୍କୁ ନିଲମ୍ବନ କରି ଗିରଫ କରାଯାଇଛି। ଘଟଣା ବେଳେ ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ କି ନାହିଁ, ତା’ର ବି ଯାଞ୍ଚ କରାଯାଉଛି।
ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଘଟଣା ପରେ ଦୁଇ କନଷ୍ଟେବଲଙ୍କୁ ଗିରଫ କରି ସେବାରୁ ଅବ୍ୟାହତି ଦିଆଯାଇଛି। ଏଥିସହ ପୀଡ଼ିତା ଓ ତାଙ୍କ ମା’ଙ୍କ ବୟାନକୁ ରେକର୍ଡ କରାଯାଇଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏବେ ପୀଡ଼ିତା ଜଣଙ୍କର ମେଡିକାଲ ଚେକଅପ ଜାରି ରହିଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
