Advertisment

ଗୋଟିଏ ଗାଁରୁ ଦୁଇ ମୃତଦେହ ଠାବ, ଟ୍ରେନ୍‌ ଲାଇନ୍‌ ସାଙ୍ଗକୁ ଗଛରୁ ମିଳିଲା ଝୁଲନ୍ତା ଶରୀର

ଦୁଇଟି ଯାକ ଘଟଣା ପୃଥକ ବୋଲି ଜଣାପଡିଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।

author-image
Niharika Rout
Deadbody

Deadbody

ଗୋଟିଏ ଗାଁରେ ଠାବ ହେଲା ଦୁଇଟି ମୃତଦେହ । ଗୋଟିଏ ଟ୍ରେନ୍‌ ଲାଇନ ଉପରୁ ଓ ଅନ୍ୟଟି ଗାଁ ମୁଣ୍ଡ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ। ପାରାଦୀପ ଲକଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଏପରି ଘଟଣା ନଜରକୁ ଆସିଛି। ମୃତକଦ୍ୱୟ ହେଲେ ଭୁତମୁଣ୍ଡାଇର ଅମୂଲ୍ୟ ଜେନା ଓ ପପନ ଖଟେଇ ।

Advertisment

ପୁଲିସ ଏବଂ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନେଉଛି। ଦୁଇଟି ଯାକ ଘଟଣା ପୃଥକ ବୋଲି ଜଣାପଡିଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ଉଭୟ ମୃତ ବ୍ୟକ୍ତିଙ୍କ ବୟସ ୩୫ ରୁ ୪୦ ବର୍ଷ ବୟସ ଭିତରେ ବୋଲି ଅନୁମାନ କରାଯାଉଛି।

ଗଛରୁ ଠାବ ବ୍ୟକ୍ତି ଭୁତମୁଣ୍ଡାଇ ଜେନା ସାହିର ଅମୂଲ୍ୟ ଜେନା ବୋଲି ପରିଚୟ ମିଳିଥିବା ବେଳେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ନିକଟରେ ମୋବାଇଲ ଏବଂ ଚପଲ ଥୁଆ ହୋଇଛି।

Advertisment

ଅନ୍ୟ ଜଣକ ଭୁତମୁଣ୍ଡାଇ ଖଟେଇ ସାହିର ପପନ ଖଟେଇ ବୋଲି ପରିଚୟ ମିଳିଛି। ରାତିରେ ଧାନବିଲରୁ ଷଣ୍ଢ ତଡିବାକୁ ଯାଇଥିବା ବେଳେ ଟ୍ରେନରେ ପିଟିହୋଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ମୃତଦେହ ନିକଟରେ ଟର୍ଚ୍ଚ ଏବଂ ବାଡି ପଡ଼ିଛି।

ଉଭୟ ମୃତଦେହ ସମ୍ପର୍କରେ ଆଜି ସକାଳେ ଗାଁରେ ଚର୍ଚ୍ଚା ହେବା ପରେ ଘଟଣାସ୍ଥଳରେ ଲୋକ ଗହଳି ହୋଇ ଉଠିଥିଲା। ପୁଲିସ୍‌ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏକ ସଙ୍ଗେ ଗାଁରେ ଘଟିଥିବା ଏପରି ଦୁଇଟି ଦୁଃଖଦ ଘଟଣା ଯୋଗୁ ଗ୍ରାମବାସୀ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇ ଯାଇଛନ୍ତି।

Deadbody Paradip