Advertisment

ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରା ମାଡ଼ ଘଟଣା; ୨ ଅଟକ

ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Murder

Murder

Advertisment

ଖୋର୍ଦ୍ଧା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ଘରେ ପଶି ନବମ ଶ୍ରେଣୀ ଛାତ୍ର ଶୁଭମ୍‌ ସ୍ୱରୂପ ପାଲଟାସିଂଙ୍କୁ ଛୁରାମାଡ଼ ଘଟଣାରେ ୨ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏହି ୨ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Advertisment

ତେବେ କିଏ ଓ କାହିଁକି ଶୁଭମ୍‌ଙ୍କୁ ଛୁରାମାଡ଼ କଲା ଏ ଯାଏ ଜଣାପଡିନି। ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଥିବା ପୁଲିସ
ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ଘରେ ଏକ୍‌ ରୁମ୍‌ରେ ଶୁଭମ ଏକା ବସି ପାଠ ପଢ଼ୁଥିଲେ। ଉପର ମହଲାରେ ଶୁଭମଙ୍କ ବାପା ଓ ଭଉଣୀ ଟ୍ୟୁସନ୍‌ କରୁଥିଲେ। ଆଉ ଶୁଭମ୍‌ଙ୍କ ମାଆ ରୋଷେଇ କରୁଥିଲେ। ଠିକ୍‌ ସେହି ସମୟରେ ଶୁଭମ୍‌ଙ୍କ ଚିତ୍କାର ଶବ୍ଦ ଶୁଭିଲା। ସେହି ଶବ୍ଦ ଶୁଣି ମାଆ ଓ ଭଉଣୀ ତଳ ମହଲକୁ ଧାଇଁ ଆସିଥିଲେ। ସେତେବେଳେ ଜଣେ ଯୁବକ ଧାଇଁ ପଳାଇ ଯାଉଥିବା ଉଭୟ ଦେଖିବାକୁ ପାଇଥିଲେ। ଆଉ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁଭମ୍‌ ପଡ଼ିଥିଲା। ତାଙ୍କ ପେଟରେ ଛୁରା ମାଡ଼ ହୋଇଥିବା ବେଳେ ବେକକୁ କଟା ଯାଇଥିଲା। ପାଖରେ ଗୋଟିଏ ଛୁରୀ ପଡ଼ିଥିଲା।

Advertisment

ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଁର କାହା ସହିତ ପୂର୍ବ ଶତ୍ରୁତା ନଥିବା ଶୁଭମଙ୍କ ପରିବାର ଲୋକେ କହିଛନ୍ତି।  ତେବେଆଦର୍ଶ ବିଦ୍ୟାଳୟରେ ପଢୁଥିବା ଶୁଭମଙ୍କୁ ଛୁରାମାରି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି।

Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe