Advertisment

ଅକାରଣେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ, ଲୁଟେରା ସନ୍ଦେହରେ ନିର୍ମମ ହତ୍ୟା

ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୁଲିସ।

Police & Four Accused

Police & Four Accused

Advertisment

ଦିଲ୍ଲୀରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କିଛି ଭୁଲ୍ ନ ଥାଇବି ଚାଲିଯାଇଛି ଦୁଇ ସାଙ୍ଗଙ୍କ ଜୀବନ। ଲୁଟେରା ସନ୍ଦେହରେ ଦୁଇ ବନ୍ଧୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୁଲିସ। 

Advertisment

ପୁଲିସର କହିବା ଅନୁସାରେ, ଗତ ଶୁକ୍ରବାର ଦିଲ୍ଲୀର ରଣହୋଲା ଅଞ୍ଚଳରେ ରାଜେଶ ଯାଦବ ଏବଂ ମୁକେଶ ସିଂହଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଜେରା ବେଳେ ସେମାନେ ସତ ମାନିଛନ୍ତି।

ଗିରଫ ଅଭିଯୁକ୍ତ ପୁଲିସକୁ କହିଛନ୍ତି ଯେ, ସେମାନେ ମାର୍ଚ୍ଚ 15ରେ ଲୁଟର ଶିକାର ହୋଇଥିଲା। ଏହାପରେ ସେମାନେ ଲୁଟେରାଙ୍କୁ ଧରିବା ପାଇଁ ଖୋଜାଖୋଜି କରିଥିଲେ। ଦୁଇ ଦିନ ପରେ ସେମାନେ ଏକ ବାରରେ ମଦ ପିଉଥିବା ନେଇ ସୂଚନା ପାଇଥିଲେ। 

Advertisment

ତୁରନ୍ତ ବାରରେ ପହଞ୍ଚି ରାଜେଶ ଯାଦବ ଏବଂ ମୁକେଶ ସିଂହଙ୍କୁ ଲୁଟେରାଙ୍କ ସହଯୋଗୀ ବୋଲି ସନ୍ଦେହ କରି ଛୁରୀ ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। 

ପୁଲିସ ଏହି ମାମଲାରେ ଚାରି ଅଭିଯୁକ୍ତ ଗୌରବ କୁମାର, କେଶରୀ କୁମାର ପାଣ୍ଡେ, ସନ୍ଦେଶ କୁମାର ଏବଂ ଗୌରବ ସିଂହଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି।

Crime Delhi Police Delhi Murdered Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe