Advertisment

ଗଣେଶ ବିସର୍ଜନ ବେଳେ ବୁଲିଲା ଖଣ୍ଡା; ୨ ଆହତ

ଏହି ଘଟଣାରେ ପୁଲିସ ଜଣେ ଯୁବକଙ୍କୁ  ରଖି ପଚରାଉଚରା କରିଥିବା ଜଣାଯାଇଛି।

Attack

Attack

Advertisment

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଲିଲା ଖଣ୍ଡା। ଭୁଜାଲି ମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଶୁନ ଗଡିଆ ଅଞ୍ଚଳରେ। ଆହତ ଯୁବକ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଅଜୁ ମୁଖି ଓ ଚୈତନ୍ୟ ମୁଖି।

Advertisment

ଗତକାଲି ରାତିରେ ଶୁନ ଗଡିଆ ଅଞ୍ଚଳରେ ଗଣେଶ ଭସାଣି ଚାଲିଥିଲା। ରାସ୍ତାରେ ଗଛ ଡାଳ ବାଜିବାରୁ କିଛି ସମୟ ମେଢ ଅଟକି ରହିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା। ଏହି ସମୟରେ ଆସୁଥିବା ଦୁଇ ଯୁବକ ବାଇକ୍ ଧରି  ଭିଡ଼ ଭିତରେ ପଶି ଯିବାକୁ  ଉଦ୍ୟମ କରିଥିଲେ।  ଯାହାକୁ ନେଇ ବାଇକ ଆରୋହୀ ସହ ମେଢ଼ ସହ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ଏହି ବଚସା ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଖଣ୍ଡା ଓ ଭୁଜାଲିରେ ପରସ୍ପର ପରସ୍ପରକୁ ଆକ୍ରମଣ କରିଥିଲେ। ଉଭୟ ପକ୍ଷର ୨ଜଣ ଯୁବକ ଆହତ ହୋଇଥିଲେ। ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା।  ଉଭୟ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଜଣେ ଯୁବକଙ୍କୁ ଅଟକ  ରଖି ପଚରାଉଚରା କରିଥିବା ଜଣାଯାଇଛି।  

Advertisment
Baripada Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe