Advertisment

ମଦ ମାଫିଆକୁ ଟାର୍ଗେଟ କରି କୋର୍ଟ ଭିତରେ ଚାଲିଲା ଗୁଳି

ଘଟଣାରେ ପ୍ରଭାତଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Court

Court

Advertisment

ବିହାରର ସମସ୍ତିପୁରରେ ଥିବା ଗୋଟିଏ କୋର୍ଟ ଭିତରେ ଚାଲିଛି ଗୁଳି। ୪ ଜଣ ଦୁର୍ବୃତ୍ତ କୋର୍ଟ ଶୁଣାଣି ବେଳେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ସେମାନେ ବେଆଇନ ମଦ କାରବାର ଘଟଣାରେ ଗିରଫ ପ୍ରଭାବ ଚୌଧୁରୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ମାଡ଼ କରିଥିଲେ। ଆଜି ପ୍ରଭାତ ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି।

Advertisment

ଏହି ଘଟଣାରେ ପ୍ରଭାତଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଘଟଣା ପରେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତମାନେ ଖସି ଯିବାକୁ ସକ୍ଷମ ହୋଇଛନ୍ତି। ସ୍ଥାନୀୟ ଏସ୍‌ପି ବିନୟ ତିୱାରୀ ଗୁଳିମାଡ଼ର ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ପ୍ରଭାତ ଜଣେ ମଦ ମାଫିଆ। ସେ ପୂର୍ବରୁ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲା।

Advertisment

ପୂର୍ବରୁ ପ୍ରଭାତ ସହ କାମ କରୁଥିବା କିଛି ଲୋକ ନିକଟରେ ତା’ ଠାରୁ ଅଲଗା ହୋଇ ଯାଇଥିଲେ। ସେମାନେ ମଧ୍ୟ ବେଆଇନ ମଦ କାରବାର କରୁଛନ୍ତି। ତେଣୁ ସେମାନେ ହିଁ ଏପରି ଗୁଳି କରିଥିବା ଆଶଙ୍କା କରାଯାଉଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରଭାତଙ୍କୁ ଗୁଳିମାଡ଼ ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେମାନେ କାର୍ଯ୍ୟରେ ଅବହେଳା କରିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ସେହିପରି ପୁଲିସ ଗୁଳିମାଡ଼ରେ ସାମିଲ ଥିବା ଲୋକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି।

Bihar Shooting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe