Advertisment

ସୁନା ଦୋକାନୀଙ୍କ ଏସିଡ୍‌ ମାଡ଼ରେ ୨ ଆହତ

ଏସିଡ ଫିଙ୍ଗି ଦୋକାନ ବନ୍ଦ କରି ପଳାଇଥିଲେ ସୁନା ଦୋକାନୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Acid Aattack

Acid Aattack

ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁଡ଼ିଗଡ଼ିଆ ବଜାରରେ ଜଣେ ସୁନା ଦୋକାନୀଙ୍କ ଏସିଡ୍ ମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଆହତ ଦ୍ୱୟ ହେଉଛନ୍ତି ରାମଚନ୍ଦ୍ର ପାଢ଼ୀ (୪୦) ଓ ଡମ୍ବରୁଧର ମଲ୍ଲିକ (୫୦)। ଉଭୟ ଡାଲଙ୍ଗ ଗାଁର। ରାମଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଅଭିଯୋଗ ଅନୁସାରେ, ଆଜି ସନ୍ଧ୍ୟାରେ ତୁଡ଼ିଗଡ଼ିଆ ବଜାରରେ ଅଶୋକଙ୍କ ସୁନା ଦୋକାନ ପାଖରେ ଅନ୍ୟ ଏକ ଦୋକାନ ସାମ୍ନାରେ ରାମଚନ୍ଦ୍ର ପାଢ଼ୀ, ଡମ୍ବରୁଧର ମଲ୍ଲିକ ଓ ଅନ୍ୟ କେତେ ଜଣ କଥାବାର୍ତ୍ତା ହେଉଥିଲେ। ସେହି ସମୟରେ ଅଶୋକ ଉତ୍‌କ୍ଷିପ୍ତ ହୋଇ ସେଠାରେ ପହଞ୍ଚିଥିଲେ ଓ କାହିଁକି ବଡ଼ପାଟିରେ କଥାବାର୍ତ୍ତା ହେଉଛ ବୋଲି କହିଥିଲେ। ତେଣୁ ରାମଚନ୍ଦ୍ର ଓ ଅନ୍ୟମାନଙ୍କ ସହିତ ତାଙ୍କର ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ତା’ପରେ ସେ ଦୋକାନକୁ ଫେରିଯାଇ ଏସିଡ୍‌ ଆଣି ରାମଚନ୍ଦ୍ର ଓ ଅନ୍ୟମାନଙ୍କ ଉପରକୁ ଲକ୍ଷ୍ୟ କରି ଫୋପାଡ଼ି ଥିଲେ। ଏସିଡ୍ ମାଡ଼ରେ ରାମଚନ୍ଦ୍ରଙ୍କ ମୁହଁ, ହାତ ଓ ପେଟରେ ପଡ଼ିଥିଲା। ସେହିପରି ଡମ୍ବରୁଧରଙ୍କ ପ୍ୟାଣ୍ଟ ଓ ହାତରେ ଏସିଡ୍ ପଡ଼ିଥିଲା। ଏହି ଘଟଣା ପରେ ସୁନାଦୋକାନୀ ଅଶୋକ ଦୋକାନ ବନ୍ଦ କରି ଚାଲିଯାଇଥିଲେ। ସେ ନିଶାସକ୍ତ ଥିଲେ ବୋଲି ଅଭିଯୋଗ ହୋଇଛି। 

Advertisment

ଆହତ ରାମଚନ୍ଦ୍ର ପାଢ଼ୀ ଓ ଡମ୍ବରୁଧର ମଲ୍ଲିକଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା। ଡମ୍ବରୁଧରଙ୍କର ବିଶେଷ କିଛି ହୋଇ ନଥିବା ବେଳେ ରାମଚନ୍ଦ୍ର ପାଢ଼ୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ରାମଚନ୍ଦ୍ରଙ୍କୁ ଘଟଣା ବିଷୟରେ ପଚାରିବା ସହିତ ଘଟଣାର ତଦନ୍ତ କରୁଛି। 

Acid Attack