Advertisment

ବାଇକକୁ ଧକ୍କା ଦେଇ ଚମ୍ପଟ ମାରିଥିଲେ; ବନ୍ଧାହେଲେ

ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhubaneswar

Bhubaneswar

ମହଙ୍ଗା ପଡ଼ିଲା ଦାମୀ ଗାଡ଼ିରେ ବେପରୁଆ ଗାଡ଼ିଚାଳନା। ସଡ଼କ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତକୁ ଗିରଫ କଲା ପୁଲିସ। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଦୁଇ ଦିନ ତଳେ ଅପରାହ୍ଣରେ ପାୱାରହାଉସ ଛକଠାରେ ଦୁର୍ଘଟଣା ଘଟିଥିଲା। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୌଭାଗ୍ୟ କୁମାର ବାଗ।

Advertisment

ଅଭିଯୋଗ ଅନୁସାରେ, ମଙ୍ଗଳବାର ସୌଭାଗ୍ୟ କୁମାର ବାଗ ନିଜ ଲ୍ୟାଣ୍ଡରୋଭର କାରରେ ପାୱାର ହାଉସ ଛକ ଅଭିମୁଖେ ଯାଉଥିଲେ। ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ବ୍ୟକ୍ତି ଡିଏଭି ସ୍କୁଲ ପଟୁ ପାୱାର ହାଉସ ଛକ ଆଡ଼କୁ ଆସୁଥିଲେ। ପାୱାର ହାଉସ ଛକରେ ସୌଭାଗ୍ୟଙ୍କ କାର୍‌ ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଦୁର୍ଘଟଣା ପରେ କାର୍‌ ନେଇ ଫେରାର ହୋଇଯାଇଥିଲେ ସୌଭାଗ୍ୟ। କ୍ୟାପିଟାଲ ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। କମିଶନରେଟ୍ ପୁଲିସ ଘଟଣାର ତଦନ୍ତ କରି ସୌଭାଗ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ କାର୍‌କୁ ଜବତ କରିଛି। ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି।

Advertisment
Bhubaneswar Roadaccident