Advertisment

‘ମୁକ୍ତ ପାଲେଷ୍ଟାଇନ’ ନାରା ଦେଇ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କଲେ

ଇସ୍ରାଏଲ ଦୂତାବାସର ଦୁଇ ଜଣ ଅଧିକାରୀଙ୍କୁ ଅତ୍ୟନ୍ତ ନିକଟରୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି।

Israel

Israel

Advertisment

ଇସ୍ରାଏଲ ପକ୍ଷରୁ ଗାଜାରେ ଘନଘନ ଆକ୍ରମଣ ଜାରି ରହିଛି। ଗାଜାକୁ ଦଖଲ କରିବାକୁ ଇସ୍ରାଏଲ ସେନା ଉଦ୍ୟମ କରୁଥିବା ବେଳେ ନିରୀହ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହେଉଛି। ଏହାକୁ ନେଇ ପୂରା ବିଶ୍ୱ ଚିନ୍ତାରେ ରହିଥିବା ବେଳେ ଇସ୍ରାଏଲ ଆକ୍ରମଣ ବନ୍ଦ କରିନାହିଁ। ଏସବୁ ଭିତରେ ଆମେରିକାର ୱାଶିଂଟନରେ ବଡ଼ ଘଟଣା ଘଟିଛି।

Advertisment

ଏଠାରେ ଇସ୍ରାଏଲ ଦୂତାବାସର ଦୁଇ ଜଣ ଅଧିକାରୀଙ୍କୁ ଅତ୍ୟନ୍ତ ନିକଟରୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ୱାଶିଂଟନରେ ଥିବା କ୍ୟାପିଟାଲ ଇହୁଦି ମ୍ୟୁଜିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦୁଇ ଦୂତାବାସ କର୍ମଚାରୀ ଆସିଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି।

ଏଫବିଆଇର ଓ ଆମେରିକା ଆଟର୍ଣ୍ଣି ପକ୍ଷରୁ କୁହାଯାଇଛି ଯେ ଉତ୍ତରପଶ୍ଚିମ ୱାଶିଂଟନ ଡିସିର ୩ୟ ଓ ଏଫ ଷ୍ଟ୍ରିଟ ନିକଟରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାଣ୍ତ ଘଟିଥିବା ସ୍ଥାନଟି କ୍ୟାପିଟାଲ ଇହୁଦୀ ମ୍ୟୁଜିୟମକୁ ଲାଗିଛି। ବାସ୍ତବରେ ପ୍ରାଣ ହରାଇଥିବା ଦୁଇ ଦୂତାବାସ କର୍ମଚାରୀ ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କ ନିର୍ବନ୍ଧ ଖୁବଶୀଘ୍ର ହେବାକୁ ଥିଲା। ହେଲେ ଉଭୟ ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି।

Advertisment

ୱାଶିଂଟନ ପୁଲିସ ମୁଖ୍ୟ ପାମେଲା ସ୍ମିଥ କହିଛନ୍ତି ଯେ ହତ୍ୟାକାଣ୍ଡ ପୂର୍ବରୁ ଜଣେ ବ୍ୟକ୍ତି ମ୍ୟୁଜିୟମ ପାଖରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଘଟଣାରେ ତାଙ୍କର ହାତ ଥିବା ଜଣାପଡ଼ିଛି। ତାଙ୍କୁ ହେପାଜତକୁ ନିଆଯାଇଛି। ୪ ଜଣ ଛିଡ଼ା ହୋଇ କଥା ହେଉଥିବା ବେଳେ ଆକ୍ରମଣକାରୀ ଜଣଙ୍କ ସେମାନଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ନିଜ ପାଖରେ ରଖିଥିବା ବନ୍ଧୁକ କାଢ଼ି ଆଖୁବା ଗୁଳି ମାଡ଼ କରିଥିଲେ। ଦୁଇଟି ଗୁଳି ଇସ୍ରାଏଲ ଦୂତାବାସର ୨ ଜଣ ଅଧିକାରୀ ୟାରୋନ ଓ ସାରା ମିଲଗ୍ରିମଙ୍କ ଦେହରେ ମାଡ଼ ହେବାରୁ ସେମାନଙ୍କ ମୃତ୍ୟୁ ହୋଇଛି।

ପାମେଲା ସ୍ମିଥଙ୍କ କହିବା କଥା ଯେ ଗୁଳି ମାଡ଼ କରିବା ପୂର୍ବରୁ ଓ ଗୁଳି ମାଡ଼ କରିବା ପରେ ଆକ୍ରମଣକାରୀ ଜଣଙ୍କ ଫ୍ରି ପାଲେଷ୍ଟାଇନ, ଫ୍ରି ପାଲେଷ୍ଟାଇନ ନାରା ଦେଇଥିଲେ। ଆକ୍ରମଣ ପରେ ସେ ମ୍ୟୁଜିୟମ ଭିତରକୁ ପଶିବାକୁ ଚେଷ୍ଟା କରୁଥିଲେ। ହେଲେ ସିକ୍ୟୁରିଟୀ ଗାର୍ଡ ତାଙ୍କୁ ଅଟକାଇ ଦେଇଥିଲେ। ଘଟଣାରେ ଧରା ପଡ଼ିଥିବା ବ୍ୟକ୍ତି ଜଣଙ୍କ ହେଲେ ୩୦ ବର୍ଷୀୟ ଇଲିଆସ ରୋଡ୍ରିଗସ। ତାଙ୍କ ଘର ଚିକାଗୋରେ। ପୂର୍ବରୁ ତାଙ୍କ ନାଁରେ କୌଣସି ପ୍ରକାରର ମାମଲା ନଥିଲା। 

ଘଟଣାକୁ ଇସ୍ରାଏଲ ରାଷ୍ଟ୍ରପତି ଇସାକ ହେରଜୋଗ ଓ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ନିନ୍ଦା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡିସିରେ ଘଟିଥିବା ହତ୍ୟାକାଣ୍ତକୁ ବ୍ୟବସ୍ଥିତ ବିରୋଧୀ ବିଚାରାଧାରାର ଅଂଶ ବିଶେଷ ଓ ଏହା ଉପରେ ତୁରନ୍ତ ରୋକ ଲାଗିବା ଦରକାର ବୋଲି କହିଛନ୍ତି। ସେହିପରି ଘୃଣା ସୃଷ୍ଟିକାରୀ ଓ ବିଦ୍ରୋହୀମାନଙ୍କ ସ୍ଥାନ ଆମେରିକାରେ ନାହିଁ ବୋଲି ସେ ମତ ରଖିଛନ୍ତି।

Israel Air Strike In Gaza Israel Declares War Israel Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe