Advertisment

କଏଦୀଙ୍କୁ ଜଗିବା ବଦଳରେ ଶୋଇଥିଲେ ୨ ୱାର୍ଡର, ଫଟୋ ଭାଇରାଲ ପରେ ସସ୍‌ପେଣ୍ଡ

ଜେଲ୍‌ର କଏଦୀଙ୍କୁ ଜଗିବାକୁ ନିୟୋଜିତ ହୋଇଥିବା ୨ ଜେଲ୍‌ କର୍ମଚାରୀ ଚେଇଁବା ବଦଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି।

Talcher  Sub Jail

Talcher Sub Jail

Advertisment

ଜେଲ୍‌ରେ ରହିଛନ୍ତି ବହୁ ମୋଷ୍ଟ ୱାଣ୍ଟେଡ ଅପରାଧୀ। ଘଟାଇ ସାରିଛନ୍ତି ବହୁ ବଡ଼ ବଡ଼ ଅପରାଧ । ହେଲେ ସେମାନଙ୍କୁ ଜଗିବାକୁ ନିୟୋଜିତ ହୋଇଥିବା ୨ ଜେଲ୍‌ କର୍ମଚାରୀ ଚେଇଁବା ବଦଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଏହା ମଧ୍ୟରେ କିଛି ଘଟିଗଲେ ତାହା ପାଇଁ କିଏ ଦାୟୀ ରହିବ, ସେ ନେଇ କେହି ପାଟି ଫିଟାଉ ନାହାନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ସବ ଜେଲ୍‌ ଭିତରର ଏପରି କିଛି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଏହାପରେ ତତ୍ପର ହୋଇ ଉଠିଥିବା ଜେଲ୍‌ ପ୍ରଶାସନ ସେମାନଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସସ୍‌ପେଣ୍ଡ କରିଥିବା ଜଣାଯାଇଛି।

Advertisment

ଫଟୋରେ ଦେଖିବାକୁ ମିଳିଛି, ଜେଲରେ କଏଦୀମାନଙ୍କ ପାଇଁ ସୁରକ୍ଷା ଦେବାକୁ ନିୟୋଜିତ ଥିବା ୨ ଜଣ ୱାର୍ଡର ଡ୍ୟୁଟି ସମୟରେ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି। ଜଣେ ଚେୟାର ଉପରେ ଶୋଇ ପଡ଼ିଥିବା ବେଳେ ଆଉ ଜଣେ ତଳେ ଲୋଟି ପଡ଼ିଛନ୍ତି। ଏହି ୱାର୍ଡରଦ୍ୱୟ ହେଲେ ସୁନୀଲ ମଲ୍ଲିକ ଓ ତ୍ରିଲୋଚନ ଭୋଇ। ଏହି ୨ କର୍ମଚାରୀ ଶୋଇ ରହିଥିବା ବେଳେ ଜେଲ୍‌ରେ ଥିବା କଏଦୀଙ୍କୁ କିଏ ଜଗିଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହା କେଉଁ ଦିନର ଫଟୋ ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ଏହି ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ଭାଇରଲ ହେବାରେ ଲାଗିଛି । ଉଭୟ ୱାର୍ଡରଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସସ୍‌ପେଣ୍ଡ କରାଯାଇଥିବା ଜେଲ୍‌ର ଦିଲ୍ଲୀପ ବେହେରା ସୂଚନା ଦେଇଛନ୍ତି।

Advertisment

କଡ଼ା ସୁରକ୍ଷା ମଧ୍ୟରେ ଥିବା ଜେଲ୍‌ ଭିତରେ ସୁରକ୍ଷା କର୍ମୀ ଶୋଇବା, ଜେଲ୍‌ ଭିତରକୁ ମୋବାଇଲ ଯିବା, ଫଟୋ ଭାଇରାଲ ହେବା ପରି ଘଟଣା କିପରି ଘଟିଲା ତାହା ଉପରେ କେହି ମୁହଁ ଖୋଲୁ ନାହାନ୍ତି।

ତାଳଚେର ଜେଲ୍‌ରେ ୧୨୫ କଏଦୀ ଅଛନ୍ତି। ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୨ୱାର୍ଡର ଶୋଇ ପଡ଼ିବା ଫଟୋ ଭାଇରାଲ ହେବା ପରେ ଜେଲ୍‌ର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ଜେଲ୍‌ର ଚାରି କାନ୍ଥ ଭିତରେ ମୋବାଇଲ ବାରଣ ଥିବା ବେଳେ ଏହି ଫଟୋ କିଏ ଓ କିପରି ଉଠାଇ ଭାଇରାଲ କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଟୋ ଉଠାଯାଇଥିବା ମୋବାଇଲ କର୍ମଚାରୀଙ୍କର ନା କେଉଁ କଏଦୀଙ୍କର ତାହା ଏ ଯାବତ ସ୍ପଷ୍ଟ ହୋଇନି। ତେବେ ଯଦି ମୋବାଇଲ ଜେଲ୍‌ ଭିତରକୁ ଯାଇ ପାରୁଛି ତା’ ହେଲେ ଆଉ କ’ଣ କ’ଣ ଯାଉଛି ଉକ୍ତ ପ୍ରଶ୍ନ ବି ସାଧାରଣରେ ଉଙ୍କି ମାରୁଛି।

Jail Jail Warden Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe