Advertisment

ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ

ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Tension in UP

Tension in UP

ଉତ୍ତରପ୍ରଦେଶର ଜାମା ମସଜିଦ ସର୍ଭେ ସମୟରେ ହୋଇଥିବା ଉତ୍ତେଜନାରେ ୩ ଜଣଙ୍କ ମୃତ୍ୟୁ ଘଟିଲାଣି। ସର୍ଭେ ବେଳେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଏପରି ହୋଇଛି ଯେ ଏଥିରେ ତିନି ଜଣଙ୍କ ଜୀବନ ଯାଇ ଥିବାବେଳେ ୩୦ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଭାରତରେ ମୋଗଲ ସାମ୍ରାଜ୍ୟ ସମୟରେ ମସଜିଦ ନିର୍ମାଣ ପାଇଁ ଏଠାରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ହିନ୍ଦୁ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେଣୁ ଏହି ସ୍ଥାନରୁ ମସଜିଦ ଉଚ୍ଛେଦ ପାଇଁ ଦାବି କରିଥିଲେ ହିନ୍ଦୁ ପକ୍ଷ। ଏହି ଆବେଦନର ଶୁଣାଣି କରି କୋର୍ଟ ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସମ୍ଭାଲରେ ଥିବା ଜାମା ମସଜିଦର ସର୍ଭେ ଆରମ୍ଭ ହୋଇଥିଲା। ଏହି ସମୟରେ ଶାହି ଜାମା ମସଜିଦ ନିକଟରେ ଶହ ଶହ ଲୋକେ ଉପସ୍ଥିତ ହୋଇ ସର୍ଭେକୁ ବିରୋଧ କରିଥିଲେ। ଏପରିକି ସର୍ଭେ ଟିମ୍ ଉପରକୁ ମଧ୍ୟ ପଥର ମାଡ଼ କରିଥିଲେ।

Advertisment

ଫଳରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିବା ବେଳେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ପୁଲିସ ଲୁହବୁହା ଗ୍ୟାସ୍ ସ୍ପ୍ରେ କରିଥିଲା। ଏହି ଧସ୍ତାଧସ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। 

ଗୁଳିମାଡ଼ରେ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ମୃତ୍ୟୁସଂଖ୍ୟା ନେଇ ସ୍ପଷ୍ଟ କରି ଥିବାବେଳେ ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।  

UP Police Mosque Survey Jama Masjid Survey