Advertisment

କୋଳରେ ଛୁଆ ଧରି ଚୋରି କରୁଥିଲେ ଦୁଇ ମହିଳା, ଧରା ପଡ଼ିଗଲେ

କୋଳରେ ଛୁଆ ଥିବା ବେଳେ କାନ୍ଧରେ ପଡ଼ିଥିଲା ଭ୍ୟାନିଟି ବ୍ୟାଗ । ଯିଏ ଦେଖିବ ଭାବିବ କେଉଁଆଡ଼େ ଯିବାକୁ ଟ୍ରେନ୍‌ରେ ଚଢ଼ିଛନ୍ତି। ମାତ୍ର ଏପରି ଭାବେ ଟ୍ରେନ୍‌ରେ ବୁଲାବୁଲି କରି ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
‌Sora Station

‌Sora Station

କୋଳରେ ଛୁଆ ଥିବା ବେଳେ କାନ୍ଧରେ ପଡ଼ିଥିଲା ଭ୍ୟାନିଟି ବ୍ୟାଗ । ଯିଏ ଦେଖିବ ଭାବିବ କେଉଁଆଡ଼େ ଯିବାକୁ ଟ୍ରେନ୍‌ରେ ଚଢ଼ିଛନ୍ତି। ମାତ୍ର ଏପରି ଭାବେ ଟ୍ରେନ୍‌ରେ ବୁଲାବୁଲି କରି ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ଆଉ ସୁବିଧା ସୁଯୋଗ ଦେଖି ସୁନା, ଟଙ୍କା ଲୁଟି ଚମ୍ପଟ ମାରୁଥିଲେ।

Advertisment

ଏପରି ଦୁଇ ଜଣ ମହିଳାଙ୍କୁ ଆଜି କାବୁ କରିଛି ବାଲେଶ୍ୱର ଜିଲ୍ଲା ସୋର ପୁଲିସ୍‌। ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନ ଜଣେ ମହିଳାଙ୍କୁ ଲୁଟ୍‌ ବେଳେ ଧରା ପଡ଼ିଗଲେ ଏହି ଦୁଇ ମହିଳା ଚୋର। ସେମାନଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି।

ସୋର ଥାନା ସାଲମପୁର ଗାଁର ଜୟନ୍ତୀ ବେହେରା ଭୁବନେଶ୍ୱରରୁ ସୋରକୁ ଜନଶତାବ୍ଦୀ ଟ୍ରେନରେ ଫେରୁଥିଲେ l ତେବେ ସେ ଷ୍ଟେସନରେ ଓହ୍ଲାଇବା ବେଳେ ଦୁଇ ଜଣ ମହିଳା କୌଶଳକ୍ରମେ ତାଙ୍କ ବ୍ୟାଗରୁ ଟଙ୍କା କାଢି ନେଇଥିଲେ l କେହି ଯେପରି ସନ୍ଦେହ ନ କରିବେ ସେଥିନିମନ୍ତେ ଜଣେ ଟାଣ ଖରାରେ ବି କୋଳରେ ଛୁଆ ଧରି ଚୋରି କରିବାରେ ବ୍ୟସ୍ତ ଥିଲେ। ଜୟନ୍ତୀ ଏହା ଜାଣିପାରିବାରୁ ଚୋରି କରୁଥିବା ଉଭୟ ମହିଳା ଶୌଚାଳୟକୁ ପଶିଯାଇଥିଲେ l ମାତ୍ର ଜୟନ୍ତୀ ଓ ଅନ୍ୟ କିଛି ଯାତ୍ରୀ ସେଠାରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲେ।

Advertisment

ସ୍ଥାନୀୟ ଲୋକେ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ହିଁ ଜୟନ୍ତୀଙ୍କ ବ୍ୟାଗ୍‌ରୁ ଟଙ୍କା ଚୋରି କରିଥିବା କହିଥିଲେ। ଏପରି କାମ ଭବିଷ୍ୟତରେ ଆଉ କରିବେନି ବୋଲି ବି କହିଥିଲେ। ସେମାନେ ଜୟନ୍ତୀଙ୍କ କାନ୍ଦି କାନ୍ଦି ଜୟନ୍ତୀଙ୍କ ଗୋଡ଼ ଧରି ଗଡ଼ି ଯାଇଥିଲେ। ମାତ୍ର ସେମାନଙ୍କ କଥାରେ ବିଶ୍ୱାସ ନ କରି ସ୍ଥାନୀୟ ଲୋକେ ଉଭୟଙ୍କୁ ସୋର ପୁଲିସକୁ ହସ୍ତାନ୍ତର କରିଛନ୍ତି ।

ପୁଲିସ ମହିଳା ଦୁଇଜଣଙ୍କୁ ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି l ତେବେ ସେମାନେ ପୂର୍ବରୁ ଆଉ କେଉଁ କେଉଁ ମାମଲାରେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Balasore Railway Station