Advertisment

ଦମ୍ପତିଙ୍କ ଠାରୁ ୨ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଘରକୁ ଫେରିବା ବେଳେ ପଛରୁ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ପଳାଇଥିଲେ।

ଅଦ୍ୟତନ ହୋଇଛି
Loot

Loot

Advertisment

ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରିବା ବାଟରେ ଦମ୍ପତିଙ୍କ ଠାରୁ ୨ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ମଲ୍ଲାସାହିରେ ଘଟିଛି ଏଭଳି ଘଟଣା। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ବିଷ୍ଣୁପ୍ରସାଦ କର।

Advertisment

ଠିକାଦାର ବିଷ୍ଣୁପ୍ରସାଦ କର ଓ ତାଙ୍କ ପତ୍ନୀ ଆଜି ସକାଳେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଇଥିଲେ। ବ୍ୟାଙ୍କରୁ ସେମାନେ ୨ଲକ୍ଷ ୧୦ହଜାର ଟଙ୍କା ଉଠାଇ ସ୍କୁଟିରେ ଘରକୁ ଫେରୁଥିଲେ। ଘରକୁ ଫେରିବା ବେଳେ ପଛରୁ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇ ପଳାଇଥିଲେ। 

ବିଷ୍ଣୁପ୍ରସାଦ ଲୁଟେରାଙ୍କ ବାଇକ ପିଛା କରିଥିଲେ। କିନ୍ତୁ ଲୁଟେରାମାନେ ଦୃତ୍ତ ଗତିରେ ଚମ୍ପଟ ମାରିଥିଲେ। ପରେ ବିଷ୍ଣୁପ୍ରସାଦ ଏନେଇ କୁଜଙ୍ଗ ଥାନାରେ ଲିଖିତ ଅଭିଯୋକ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe