Advertisment

ଘରେ ପଶିଲେ ଲୁଟେରା; କୁକୁରକୁ ନିଦ ମେଡିସିନ ଦେଇ ବୁଲାଇଲେ କଳାକନା

କୁକୁରଟି ଶୋଇଯିବା ପରେ ଲୁଟେରାମାନେ ଘରର ତାଲା ଭାଙ୍ଗି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁନା ଗହଣା ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Dog

Dog

Advertisment

କୁକୁରକୁ ନିଦ ମେଡିସିନ ଦେଇ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଘରୁ ଟଙ୍କା ସୁନା ଲୁଟିନେଇ ଚମ୍ପଟ ମାରିଲେ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନ ଅଧିନ ଚରମ୍ପାର ପଥରଆଡ଼ିରେ। ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ଵ୍ଲକ ନାୟକାଣିଡିହି ଅଞ୍ଚଳର ଶରତ କୁମାର ନାୟକ ପଥରଆଡ଼ିରେ ଦୁଇବର୍ଷ ହେବ ଘର କରି  ରହୁଛନ୍ତି। ଗତକାଲି ଶରତନିଜ ମାଆଙ୍କ ଶୁଦ୍ଧି ପାଇଁ ନିଜ ଗାଁକୁ ଯାଇଥିଲେ। ନିଜ ଘରେ ରଖିଥିବା ପୋଷାକୁକୁରକୁ ପଡ଼ୋଶୀ ଦାୟିତ୍ୱରେ ଦେଇ ଯାଇଥିଲେ। ଗତକାଲି ରାତିରେ ଲୁଟେରାମାନେ ଶରତଙ୍କ ଘରେ ଲୁଟପାତ ପାଇଁ ପହଞ୍ଚିଥିଲେ।

ଏହି ସମୟରେ ଘରେ ଥିବା ପୋଷା କୁକୁରଟି ଲୁଟେରାମାନଙ୍କୁ ଦେଖି ଭୋକି ଥିଲା। ପରେ ଚୋରମାନେ କୁକୁରକୁ ଖାଦ୍ୟରେ ନିଦ ମେଡିସେନ ଦେଇ ଖାଇବାକୁ ଦେଇଥିଲେ। କୁକୁରଟି ଲୁଟେରାଙ୍କ ଚାଲ ଜାଣିପାରିନଥିଲା। ସେ ଖାଦ୍ୟକୁ ଖାଇଦେଇଥିଲା। କିଛି ସମୟ ପରେ କୁକୁରଟି ଶୋଇଯିବା ପରେ ଲୁଟେରାମାନେ ଘରର ତାଲା ଭାଙ୍ଗି ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସୁନା ଗହଣା ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଘର ମାଲିକ ଶରତ ନାୟକ ଥାନାରେ ଅଭିଯୋଗ କରିଛନ୍ତି। 

Advertisment
Loot Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe