ଦିନ ଦିପ୍ରହରରେ ଗାଁରେ କଳାକନା ବୁଲାଇଲେ ଦୁର୍ବୃତ୍ତ

୨ଲକ୍ଷ ଟଙ୍କା ସହ ଅଳଙ୍କାର ଓ ୨୦ରୁ ଅଧିକ ଦସ୍ତଖତ ମରା ଚେକବୁକୁ ଦୁର୍ବୃତ୍ତମାନେ ନେଇଯାଇଛନ୍ତି।

ଏଣେ ତଣେ ହୋଇ ଜିନିଷ ପଡ଼ିଛି

  • Published: Thursday, 16 May 2024
  • , Updated: 16 May 2024, 07:13 PM IST

ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଦିନ ଦିପ୍ରହରରେ ତାଲା ଭାଙ୍ଗି ଘରୁ କଳାକନା ବୁଲାଇଛନ୍ତି। ୨ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ହୋଇଛି ଭଦ୍ରକଜିଲ୍ଲା ବାସୁଦେବପୁର ସହର ଉପକଣ୍ଠ ସତସଙ୍ଗ ବିହାର କଲୋନୀରେ। ଚୋରିର ଶିକାର ହୋଇଛନ୍ତି ଘନଶ୍ୟାମ ସାହୁ, ଶିବପ୍ରସାଦ ପରିଡ଼ା ଓ ରମାକାନ୍ତ ପତି।

ସୂଚନା ଅନୁସାରେ ଘନଶ୍ୟାମ ସାହୁ ଘର ତଲା ପକାଇ ଗାଁକୁ ଯାଇଥିଲେ। ସେ ଗାଁରୁ ଆସି ଦେଖିଲେ ତାଙ୍କର ଗ୍ରୀଲର ତାଲା ଭଙ୍ଗା ଯାଇଛି। ଘରଭିତରେ ଆସବାପତ୍ର ଓ ଦରକାରୀ କାଗଜ ପତ୍ର ଏଣେ ତେଣେ ହୋଇ ପଡ଼ିଛି। ଲକରରୁ ୨ଲକ୍ଷ ଟଙ୍କା ସହ ୩ଲକ୍ଷ ଟଙ୍କାର ଅଳଙ୍କାର ଓ ୨୦ରୁ ଅଧିକ ଦସ୍ତଖତ ମରା ଚେକବୁକୁ ଦୁର୍ବୃତ୍ତମାନେ ନେଇଯାଇଛନ୍ତି।

ଏନେଇ ଘନଶ୍ୟାମ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

Related story