Advertisment

ବିବାହିତ ହୋଇ ବି ପାଲଟିଥିଲେ ପ୍ରେମ ପକ୍ଷୀ; ଦେଖାଦେଲା ଝଡ଼, ମିଳିଲା ଝୁଲନ୍ତା ମୃତଦେହ

ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।

author-image
Niharika Rout
Lovers

Lovers

ବିବାହ ପରେ ବି ମନରେ ଉଙ୍କି ମାରିଥିଲା ପ୍ରେମ । ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମ ନିକଟ ପାହାଡ଼ରେ ଘଟିଛି। ପାହାଡ଼ର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହ ଝୁଲୁଥିବା ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ଏହା ଦେଖିବାକୁ ଲୋକଙ୍କ ଭିଡ଼ ହୋଇଥିବା ବେଳେ ପୁଲିସ୍‌ ପହଞ୍ଚିଥିଲା। ପୁଲିସ୍‌ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତ ଯୁବକଜଣକ ପାଟପୁର ଥାନା ରାଧାଦେଈପୁର ଗ୍ରାମର ରାଜେନ୍ଦ୍ର ସାହୁ । ତାଙ୍କର ପାଖ ଗ୍ରାମର ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଉଭୟ ପୂର୍ବରୁ ବିବାହିତ ହୋଇଥିବା ବେଳେ ସେମାନଙ୍କର ଛୁଆପିଲା ସଂସାର ବି ରହିଛି। ମହିଳାଜଣଙ୍କର ୩ ଝିଅ ଥିବା ବେଳେ ରାଜେନ୍ଦ୍ରଙ୍କର ୩ ପୁଅ ଅଛନ୍ତି। ମହିଳାଙ୍କର ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନ ଥିବା ବେଳେ କିଛି ବର୍ଷ ହେବ ସେ ରାଧାଦେଈପୁର ଗ୍ରାମର ରାଜେନ୍ଦ୍ରଙ୍କ ଘରେ ନିଜ ପିଲାମାନଙ୍କ ସହ ଭଡ଼ାରେ ରହୁଥିଲେ।

Advertisment

ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଯାଇଥିଲା। ଏହାକୁ ଉଭୟ ପରିବାର ଲୋକେ ତୀବ୍ର ବିରୋଧ କରିଥିଲେ। ଫଳରେ ପରିବାରରେ ଉଠିଥିଲା ଝଡ଼, ଆରମ୍ଭ ହୋଇଥିଲା ଅଶାନ୍ତି। ନିଜ ମନର ମଣିଷକୁ ପାଖରେ ପାଇବାକୁ ଉଭୟ ନିଜ ଘର ପରିବାରକୁ ଛାଡ଼ିବାକୁ ପଛାଇଲେ ନାହିଁ । ଗତ ୧୯ ତାରିଖରୁ ଉଭୟ ଫେରାର ହୋଇ ଯାଇଥିଲେ।

ଏହାପରେ ଆଜି ଉଭୟଙ୍କ ମୃତଦେହ ପାହାଡ଼ ନିକଟ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଏହାକୁ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ପୁଲିସ୍‌ ଟିମ୍‌ ବି ପହଞ୍ଚିଥିଲା। ଏନେଇ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା ସଦର ଥାନା ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି। ଉଭୟଙ୍କ ପରିବାର ଲୋକେ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ବ୍ୟବଚ୍ଛେଦ ପରେ ଉଭୟଙ୍କ ପରିବାର ଲୋକେ ମୃତଦେହ ଗ୍ରହଣ କରିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

Ganjam Suicide Love Story