Advertisment

ସେଲୁନରେ ପଶି ଦୁଇ ଜଣଙ୍କୁ ଗୁଳି କରି ହତ୍ୟା

ଦକ୍ଷିଣ ପଶ୍ଚିମ ଦିଲ୍ଲୀର ନଜାଫଗଡ଼ରେ ଥିବା ଗୋଟିଏ ସେଲୁନ ଭିତରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି।

saloon

saloon

Advertisment

ଦୟା କର। ମାର ନାହିଁ। ଆଣ୍ଠୁ ମାଡ଼ି ବସିବା ସହ ହାତ ଯୋଡ଼ି ଛାଡ଼ି ଦେବାକୁ ଯେତେ କାକୁତି ମୀନତି ହେଲେ ମଧ୍ୟ କିଛି ବି ଫରକ ପଡ଼ିଲା ନାହିଁ। ଶେଷରେ ଚୁଟି କାଟିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ସହ ଆଉ ଜଣଙ୍କୁ ଦୁଇ ଜଣ ଯୁବକ ସେଲୁନ ଭିତରେ ଗୁଳି କରି ହତ୍ୟା କରିଛନ୍ତି।

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ଏପରି ଛାତି ଥରା ଘଟଣା ଦୋକାନରେ ଲାଗିଥିବା ସିସିଟିଭରେ ମଧ୍ୟ କଏଦ ହୋଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ନଜାଫଗଡ଼ରେ ଥିବା ଗୋଟିଏ ସେଲୁନ ଭିତରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ହତ୍ୟାକାଣ୍ଡ ପରେ ଦୁଇ ଆକ୍ରମଣକାରୀ ଚମ୍ପଟ ମାରିଥିବା ପୁଲିସ୍‌ କହିଛି। ମୃତକ ଦୁଇ ଜଣ ହେଲେ ସୋନୁ ଓ ଆଶିଷ। ସେମାନଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ। ସେମାନଙ୍କୁ ଦୋକାନରେ ଥିବା ଅନ୍ୟ ଗ୍ରାହକ ଓ କର୍ମଚାରୀଙ୍କ ସାମ୍ନାକରେ ଦୁଇ ଜଣ ଯୁବକ ଏକାଧିକ ରାଉଣ୍ତ ଗୁଳି ଚଳାଇ ହତ୍ୟା କରିଛନ୍ତି।

Advertisment

ହତ୍ୟାକାଣ୍ଡ ପଛରେ ବ୍ୟକ୍ତିଗତ ଶତ୍ରୁତା ରହିଥାଇ ପାରେ ବୋଲି କୁହାଯାଇଛି। ତଥାପି ପୁଲିସ୍‌ ଗ୍ୟାଙ୍ଗୱାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଯାଇ ନାହିଁ। ଆକ୍ରମଣକାରୀମାନଙ୍କୁ ଧରିବା ଓ ସେମାନଙ୍କ ଚିହ୍ନଟ ପାଇଁ ପୁଲିସ୍‌ ୩ଟି ଟିମ ଗଠନ କରିଛି। ହେଲେ ଏଯାଏ ସେମାନଙ୍କର କୌଣସି ପତ୍ତା ମିଳିନାହିଁ।

Delhi Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe