Advertisment

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାର ଦୁଇ ମାଷ୍ଟରମାଇଣ୍ଡ ଗିରଫ

କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶର ଏକାଧିକ ସ୍ଥାନରେ ଚଢାଉ ପରେ ପଶ୍ଚିମବଙ୍ଗରୁ ବାନ୍ଧିଲା ଏନଆଇଏ ଟିମ୍।

Arrested 2 Accused

Arrested 2 Accused

Advertisment

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାର ଦୁଇ ମାଷ୍ଟରମାଇଣ୍ଡ ଗିରଫ। କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶର ଏକାଧିକ ସ୍ଥାନରେ ଚଢାଉ କରିବା ପରେ ଶେଷରେ ଆଜି ଉଭୟଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଏନଆଇଏ ଟିମ୍। 

Advertisment

ଦୀର୍ଘ ଏକ ମାସ ହେବ ଏନଆଇଏ ଟିମକୁ ଚକମା ଦେଇ ଚାଲିଥିଲେ ଦୁଇ ଅଭିଯୁକ୍ତ ମୁସାବୀର ହୁସେନ ଶାଜେବ ଏବଂ ଅବଦୁଲ ମାଥୀନ ତାହା। ଉଭୟଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଏକାଧିକ ରାଜ୍ୟରେ ଚଢାଉ ସତ୍ତ୍ୱେ ଏମାନଙ୍କ ସନ୍ଧାନ ପାଉନଥିଲା ଅନୁସନ୍ଧାନକାରୀ ସଂସ୍ଥା।

ଶେଷରେ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲାଙ୍ଗାନା ଏବଂ କେରଳର କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ଓ ପୁଲିସର ମିଳିତ ଅପରେସନ ପରେ ଉଭୟଙ୍କୁ ଗିରଫ କରାଯାଇଥିବା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା କହିଛି। ଆଜି ସକାଳେ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁରରେ ଚଢାଉ କରି ଉଭୟଙ୍କ ସନ୍ଧାନ ପାଇଥିଲା ଏଜେନ୍ତି। ଏହାପରେ ସାମଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଶେଷରେ ଗିରଫ କରିଛି। 

Advertisment

ଏହି ମାମଲାରେ ପୂର୍ବରୁ ମୁଜାମିଲ ଶରିଫ ମଧ୍ୟ ଗିରଫ ହୋଇଥିଲା। ସେ ଶାଜବ ଏବଂ ତାହାକୁ ସହଯୋଗ କରିଥିବା ଏନଆଇ କହିଛି। ପ୍ରକାଶ ଥାଉ କି, ମାର୍ଚ୍ଚ ୧ରେ ବେଙ୍ଗାଲୁର କା‍ଫେରେ ଆଇଇଡି ବିସ୍ଫୋରଣ ଘଟିଥିଲା। ସୌଭାଗ୍ୟବଶତଃ ଏଥିରେ କେହି ମୃତହାତ ହୋଇନଥିଲେ। କିନ୍ତୁ ୧୦ ଜଣ ଆହତ ହୋଇଥିଲେ। କିଏ ଏବଂ କେଉଁ କାରଣରୁ କାଫେରେ ବିସ୍ଫୋରଣ ଘଟାଇଥିଲା, ତା'ର ପର୍ଦ୍ଦାଫାସ ପାଇଁ ଏନଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।ମାର୍ଚ୍ଚ ୩ରୁ ଘଟଣାର ତଦନ୍ତ କରୁଛି ଏନଆଇଏ।

Nia Bengaluru Cafe Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe