Advertisment

ଭାକ୍‌ସିନ୍‌ ଓଭର ଡୋଜ୍‌ ପାଇଁ ଗଲା ଶିଶୁ ପୁତ୍ରର ଜୀବନ!

ଘରେ ପହଞ୍ଚିବା ପରେ ପୁଅ ଅଚେତ ହୋଇପଡ଼ିଥିଲା। କାଳବିଳମ୍ୱ ନକରି ନରେନ୍ଦ୍ର ଓ ପ୍ରମୋଦିନୀ ପୁଅକୁ ଧରି ବରପାଲି ମେଡିକାଲକୁ ଆସିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ୍‌କୁ ନେଉଥିବା ବେଳେ ଅଧା ରାସ୍ଥାରେ ଆଖି ବୁଜିଥିଲା କୁନି ପୁଅ।

Binika

Binika

Advertisment

ଭାକ୍‌ସିନ୍‌ର ଓଭର ଡୋଜ ପାଇଁ ଗଲା ଦୁଇ ମାସର ଶିଶୁପୁତ୍ରର ଜୀବନ! ଏପରି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳରୁ। ମୃତ ଶିଶୁପୁତ୍ରର ବାପାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଓଭର ଡୋଜ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭାକ୍‌ସିନ୍‌ ଦେଇଥିବା ଏଏନ୍‌ଏମ୍‌।

Advertisment

ଡୁଙ୍ଗୁରିପାଲି ବ୍ଲକ୍‌ ଧାନବସା ଗାଁର ନରେନ୍ଦ୍ର ସାଣ୍ଢ ଓ ତାଙ୍କ ପତ୍ନୀ ପ୍ରମୋଦିନୀ ନିଜର ଦୁଇ ମାସର ପୁଅକୁ ଭାକ୍‌ସିନ୍‌ ଦେବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇଥିଲେ। ସେଠାରେ ମାୟାବର୍ହା ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ୍‌ ମୀରା ସାହୁ ଏକା ସାଙ୍ଗେ ୪ଟି ଭାକସିନ୍‌ ଦେଇଥିବା ଅଭିଯୋଗ ହୋଇଥିଲା। ଭାକ୍‌ସିନ୍‌ ନେଲା ପରେ ପୁଅକୁ ଧରି ଘରକୁ ଫେରିଥିଲେ ପ୍ରମୋଦିନୀ।

ଘରେ ପହଞ୍ଚିବା ପରେ ପୁଅ ଅଚେତ ହୋଇପଡ଼ିଥିଲା। କାଳବିଳମ୍ୱ ନକରି ନରେନ୍ଦ୍ର ଓ ପ୍ରମୋଦିନୀ ପୁଅକୁ ଧରି ବରପାଲି ମେଡିକାଲକୁ ଆସିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ୍‌କୁ ନେଉଥିବା ବେଳେ ଅଧା ରାସ୍ଥାରେ ଆଖି ବୁଜିଥିଲା କୁନି ପୁଅ। ଭାକ୍‌ସିନ୍‌ର ଓଭର ଡୋଜ୍‌ ପାଇଁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନରେନ୍ଦ୍ର।

Advertisment

ସେପଟେ ଓଭର ଡୋଜ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭାକ୍‌ସିନ୍‌ ଦେଇଥିବା ଏଏନ୍‌ଏମ୍‌ ମୀରା ସାହୁ। ସେ କହିଛନ୍ତି, ଭାକସିନ୍‌ ଯେଉଁ ସମୟରେ ଦେବାକଥା, ଯେଉଁ ବୟସରେ ଦେବାକଥା ଓ ଯେତେ ଓଜନରେ ଦେବାକଥା ତାହା ଦିଆଯାଇଛି।

ରିପୋର୍ଟ-ବିନିକାରୁ ଦିଲ୍ଲୀପ ସାହୁ

Child Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe