Advertisment

ମଣିପୁରରୁ ଆସିଲା ପୁଣି ଭୟଙ୍କର ତଥ୍ୟ: ଦୁଇ ଯୁବତୀଙ୍କୁ ଦୁଷ୍କର୍ମ, ନିର୍ଯାତନା ପରେ ହତ୍ୟା

ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ବୟସ ୨୧ ଏବଂ ଆଉ ଜଣଙ୍କର ୨୪ ବର୍ଷ।

Manipur

Manipur

Advertisment

ଯେଉଁ ଦିନ ମଣିପୁରରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ଚଲାଇ ଚଲାଇ ନିଆ ଯାଉଥିଲା, ସେହିଦିନ ରାଜ୍ୟରେ ଆଉ ୨ ଜଣ ଯୁବତୀଙ୍କ ସହ ଘଟିଥିଲା ଭୟଙ୍କର କାଣ୍ଡ। କାଙ୍ଗପୋକପି ଜିଲ୍ଲାରେ ୨ ଜଣ ଯୁବତୀଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ନିର୍ଯାତନା ଦିଆଯିବା ସହ ଦୁଷ୍କର୍ମ କରାଯାଇଥିଲା। ଏହାପରେ ସେମାନଙ୍କୁ ହତ୍ୟା କରାଯାଇଥିଲା। ଭାଇରାଲ ଭିଡିଓକୁ ନେଇ ପୂରା ଦେଶରେ ତମ୍ଭିତୋଫାନ ଲାଗି ରହିଥିବା ବେଳେ ଏବେ ପୁଣି ଗୋଟିଏ ଭୟଙ୍କର ଘଟଣା ସାମ୍ନାକୁ ଆସିବା ସମସ୍ତଙ୍କୁ ବିଚଳିତ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ବୟସ ୨୧ ଏବଂ ଆଉ ଜଣଙ୍କର ୨୪ ବର୍ଷ। ସେମାନେ ଇମ୍ଫାଲ ଇଷ୍ଟ ଜିଲ୍ଲାର କୋଉଙ୍ଗ ମାମାଙ୍ଗ ଅଞ୍ଚଳରେ ଥିବା ଗୋଟିଏ କାର୍‌ ୱାଶ ସେଣ୍ଟର୍‌ରେ କାମ କରୁଥିଲେ। ପ୍ରଥମେ ଦୁଇ ଯୁବତୀଙ୍କୁ ସଂଘବଦ୍ଧ ହୋଇ ଆସିଥିବା ମହିଳା ଓ ପୁରୁଷମାନେ ପ୍ରବଳ ମାଡ଼ ମାରିବା ସହ ଅନେକ ପ୍ରକାରର ଅକଥନୀୟ ନିର୍ଯାତନା ଦେଇଥିଲେ।

ପୂରା ଘଟଣାର ସାକ୍ଷୀ ଥିବା ଦୁଇ ଯୁବତୀଙ୍କ ସହକର୍ମୀ (ପୁରୁଷ) କହିଛନ୍ତି ଯେ ସଂଘବଦ୍ଧ ହୋଇ ଆସିଥିବା ଲୋକଙ୍କ ମଧ୍ୟରେ ଥିବା ମହିଳାମାନେ ହିଁ ପ୍ରଥମେ ଆକ୍ରମଣ କରିଥିଲେ। ସେମାନେ ପୁରୁଷମାନଙ୍କୁ ଉସକାଇବା ସହ ଦୁଇ ଯୁବତୀଙ୍କୁ ରୁମ ଭିତରକୁ ନେଇ ଯୌନ ନିର୍ଯାତନା ଦେବାକୁ କହିଥିଲେ। 

Advertisment

ଏହାପରେ ଦୁଇ ଜଣଙ୍କୁ ରୁମ ଭିତରକୁ ଘୋଷାଡ଼ି ଘୋଷାଡ଼ି ନିଆଯାଇଥିଲା। ସେଠାରେ ଲାଇଟକୁ ବନ୍ଦ କରାଯାଇଥିଲା ଓ ପାଟି ବନ୍ଦ କରିବା ପାଇଁ ସେମାନେ ଦୁଇ ଜଣଙ୍କ ମୁହଁରେ କପଡ଼ା ମଧ୍ୟ ପୂରାଇ ଦେଇଥିଲେ। ରୁମ ଭିତରେ ସେମାନଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଧରି ନିର୍ଯାତନା ଦିଆଯାଇଥିଲା।

ଏହାପରେ ସେମାନଙ୍କୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଅଣାଯାଇଥିଲା। ଏହି ସମୟରେ ସେମାନଙ୍କ ଦେହରେ କପଡ଼ା ନଥିଲା। ସେମାନଙ୍କ ଚୁଟି କାଟି ଦିଆଯାଇଥିଲା ଓ ଦେହ ସାରା ରକ୍ତ ଲାଗିଥିଲା। ଆକ୍ରମଣକାରୀମାନେ ଦୁଇ ଜଣଙ୍କୁ ନିକଟସ୍ଥ ସ’ମିଲ୍ ନିକଟରେ ଫୋପାଡ଼ି ଚାଲି ଯାଇଥିଲେ।

ଭୟରେ କେହି ବି ଘଟଣା ବିଷୟରେ ପୁଲିସ୍‌କୁ କହି ନଥିଲେ। କିନ୍ତୁ ଦୁଇ ପୀଡ଼ିତାଙ୍କ ମଧ୍ୟରୁ ଜଣଙ୍କ ମା’ ମେ’ ୧୬ ତାରିଖରେ ସାଇକୁଲ ପୁଲିସ ଷ୍ଟେସନରେ ଏଫଆଇଆର କରିଥିଲେ।

ଏଫଆଇଆରରେ କୁହାଯାଇଛି ଯେ ତାଙ୍କ ଝିଅ ଓ ଆଉ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏଥିସହ ସେମାନଙ୍କୁ ଭୟଙ୍କର ନିର୍ଯାତନା ମଧ୍ୟ ଦିଆଯାଇଥିଲା। ଏହି ମାମଲାକୁ ଇମ୍ଫାଲ ଇଷ୍ଟ ଜିଲ୍ଲାର ପୋରୋମପାଟ ପୁଲିସ୍‌ ଷ୍ଟେସନକୁ ସ୍ଥାନ୍ତାନ୍ତର କରାଯାଇଥିଲା।

ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲେ ମଧ୍ୟ ଏଯାଏ ସେମାନଙ୍କ ମୃତଦେହ ଜବତ କରାଯାଇ ପାରିନି। ସେହିପରି ପୁଲିସ୍‌ ଏହି ଘଟଣାରେ କାହାକୁ ବି ଗିରଫ କରିପାରିନି।

Manipur Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe