ରାଜଧାନୀ ଛାତି ଉପରେ ଘଟିଛି ତୁମୁଳ କାଣ୍ଡ। ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ୍ ୨ ଯୁବକଙ୍କୁ ଅଟକ ରଖିଥିବା ବେଳେ ଥାନା ଘେରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଗତକାଲି ରାତିରେ ଶହ ଶହ ସଂଖ୍ୟାରେ ଶିଖରଚଣ୍ଡୀ ବାସିନ୍ଦା ଇନଫୋସିଟି ଥାନାକୁ ଘେରାଉ କରିଥିବା ବେଳେ ଏହି ମାମଲା ଥମି ନ ଥିବା ଜଣାଯାଇଛି।
ଗତ ୧୧ ତାରିଖରେ ନନ୍ଦନ ବିହାର ଅଞ୍ଚଳରେ ଏକ ପରିତ୍ୟକ୍ତ ସ୍ଥାନରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିଲା। ପରେ ସେହି ମୃତଦେହ ଶିଖରଚଣ୍ଡୀ ବସ୍ତିର ଜଣେ ନାବାଳିକାର ବୋଲି ଚିହ୍ନଟ ହୋଇଥିଲା। ଏହାପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଲିସ ନିଜ ଆଜୁ ମାମଲା ରୁଜୁ କରିଥିଲା।
ଏହି ଘଟଣାର ତଦନ୍ତ କରି ଗତକାଲି ପୁଲିସ ଶିଖରଚଣ୍ଡୀ ବସ୍ତିର ଦୁଇ ଜଣ ଯୁବକଙ୍କୁ ସନ୍ଦେହରେ ଉଠାଇ ଆଣିଥିଲା। ଏହା ପ୍ରତିବାଦରେ ଶହ ଶହ ବସ୍ତିବାସିନ୍ଦା ଥାନା ଘେରାଉ କରିଥିଲେ। ପୁଲିସ ପଚରା ଉଚରା ପାଇଁ ନେଇଥିବା ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ଆଭିଯୋଗ ଆଣିଛନ୍ତି ବସ୍ତି ବାସିନ୍ଦା ଏବଂ ସମ୍ପର୍କୀୟ।
ପୁଲିସ ଘଟଣାକୁ ନେଇ ପର୍ଯ୍ୟାୟ କ୍ରମେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତନାଘନା କରୁଛି। ଥାନା ଘେରାଉ କରିବା ସହ ଧାରଣାରେ ବସିଛନ୍ତି ବସ୍ତି ବାସିନ୍ଦାବାସିନ୍ଦା । ପୁଲିସ ବାନ୍ଧିଥିବା ଲୋକଙ୍କୁ ଛାଡିବା ପାଇଁ ଜିଧି ଧରି ବସିଛନ୍ତି ବସ୍ତି ବାସିନ୍ଦା ।
ଏନେଇ ଇନଫୋସିଟି ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ କହିଛନ୍ତି, ତଦନ୍ତ ଆଧାରରେ ଆମେ ୨ ଯୁବକଙ୍କୁ ଉଠାଇ ଆଣିଛୁ। ତାଙ୍କୁ ପଚରାଉଚରା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।