Advertisment

ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ୨ ଜଣଙ୍କୁ ଉଠାଇନେଲା ପୁଲିସ୍‌, ଥାନା ଘେରିଲେ ଲୋକେ

ଗତ ୧୧ ତାରିଖରେ ନନ୍ଦନ ବିହାର  ଅଞ୍ଚଳରେ ଏକ ପରିତ୍ୟକ୍ତ ସ୍ଥାନରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିଲା।

ଅଦ୍ୟତନ ହୋଇଛି
Strike

Strike

Advertisment

ରାଜଧାନୀ ଛାତି ଉପରେ ଘଟିଛି ତୁମୁଳ କାଣ୍ଡ। ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ୍‌ ୨ ଯୁବକଙ୍କୁ ଅଟକ ରଖିଥିବା ବେଳେ ଥାନା ଘେରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଗତକାଲି ରାତିରେ ଶହ ଶହ ସଂଖ୍ୟାରେ ଶିଖରଚଣ୍ଡୀ ବାସିନ୍ଦା ଇନଫୋସିଟି ଥାନାକୁ ଘେରାଉ କରିଥିବା ବେଳେ ଏହି ମାମଲା ଥମି ନ ଥିବା ଜଣାଯାଇଛି।

Advertisment

ଗତ ୧୧ ତାରିଖରେ ନନ୍ଦନ ବିହାର  ଅଞ୍ଚଳରେ ଏକ ପରିତ୍ୟକ୍ତ ସ୍ଥାନରୁ ଏକ ଗଳିତ ଶବ ଉଦ୍ଧାର ହୋଇଥିଲା। ପରେ ସେହି ମୃତଦେହ ଶିଖରଚଣ୍ଡୀ ବସ୍ତିର ଜଣେ ନାବାଳିକାର ବୋଲି ଚିହ୍ନଟ ହୋଇଥିଲା। ଏହାପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଲିସ ନିଜ ଆଜୁ ମାମଲା ରୁଜୁ କରିଥିଲା।

ଏହି ଘଟଣାର ତଦନ୍ତ କରି ଗତକାଲି ପୁଲିସ ଶିଖରଚଣ୍ଡୀ ବସ୍ତିର ଦୁଇ ଜଣ ଯୁବକଙ୍କୁ ସନ୍ଦେହରେ ଉଠାଇ ଆଣିଥିଲା। ଏହା ପ୍ରତିବାଦରେ ଶହ ଶହ ବସ୍ତିବାସିନ୍ଦା ଥାନା ଘେରାଉ କରିଥିଲେ। ପୁଲିସ ପଚରା ଉଚରା ପାଇଁ ନେଇଥିବା ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ଆଭିଯୋଗ ଆଣିଛନ୍ତି ବସ୍ତି ବାସିନ୍ଦା ଏବଂ ସମ୍ପର୍କୀୟ।

Advertisment

ପୁଲିସ ଘଟଣାକୁ ନେଇ ପର୍ଯ୍ୟାୟ କ୍ରମେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତନାଘନା କରୁଛି। ଥାନା ଘେରାଉ କରିବା ସହ ଧାରଣାରେ ବସିଛନ୍ତି ବସ୍ତି ବାସିନ୍ଦାବାସିନ୍ଦା । ପୁଲିସ ବାନ୍ଧିଥିବା ଲୋକଙ୍କୁ ଛାଡିବା ପାଇଁ ଜିଧି ଧରି ବସିଛନ୍ତି ବସ୍ତି ବାସିନ୍ଦା ।

ଏନେଇ ଇନଫୋସିଟି ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ କହିଛନ୍ତି, ତଦନ୍ତ ଆଧାରରେ ଆମେ ୨ ଯୁବକଙ୍କୁ ଉଠାଇ ଆଣିଛୁ। ତାଙ୍କୁ ପଚରାଉଚରା କରାଯାଉଛି।

Bhubaneswar Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe