Advertisment

ବାପା-ପୁଅଙ୍କ ମଧ୍ୟରେ ଝଗଡ଼ା; ମାଡ଼ ଖାଇଲା ପୁଲିସ

ଅଭିଯୁକ୍ତ ଦୀପ୍ତି ଏକ ରୁମ୍‌ରେ କଟୁରୀ ଧରି ବସିଛି। ପୁଲିସ ତାକୁ ଗିରଫ କରିବା ପାଇଁ ଘର ନିକଟରେ ଜଗି ବସିଛି।

Attack

Attack

Advertisment

ଝଗଡ଼ା ଲାଗିଲେ ବାପା ପୁଅ। ତୁଟାଇବାକୁ ଯାଇ ମାଡ଼ ଖାଇଲା ପୁଲିସ। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ହନୁମାନ ଛକ ନିକଟରେ ଥିବା ସାହୁ ସାହିରେ। ପୁଅର ଆକ୍ରମଣରେ ୨ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ପୁଲିସ କର୍ମଚାରୀ ହେଲେ ସନ୍ଦୀପ କୁମାର ସାହୁ ଓ ପିସିଆର ଭ୍ୟାନର ଡ୍ରାଇଭର ପ୍ରଦୀପ ସାମଲ।

Advertisment

ସାହୁ ସାହିରେ ରହୁଥିବା ବଳରାମ ରାଉଳ ତାଙ୍କ ପୁଅ ଦୀପ୍ତି ରଞ୍ଜନଙ୍କ ମଧ୍ୟରେ ଆଜି ସକାଳେ କୌଣସି କଥାକୁ ନେଇ ବଚସା ହୋଇଥିଲା। ବଳରାମ ଏନେଇ ପିସିଆରକୁ ଫୋନ୍ କରିଥିଲେ। ପିସିଆର ଭ୍ୟାନ୍ ତୁରନ୍ତ ବଳରାମଙ୍କ ଘରେ ପହଞ୍ଚିଥିଲା। ଜଣେ ପୁଲିସ କର୍ମଚାରୀ ଗାଡ଼ିରେ ଆସିଥିଲେ। ପୁଲିସ କର୍ମଚାରୀ ଜଣଙ୍କ ପହଞ୍ଚି ବଳରାମ ଓ ତାଙ୍କ ପୁଅକୁ ବୁଝାସୁଝା କରିଥିଲେ।

ଦୀପ୍ତି ଉତ୍‌କ୍ଷିପ୍ତ ହୋଇ ଘରୁ ଏକ କଟୁରୀ ଆଣି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ପିସିଆର ଭ୍ୟାନର ଡ୍ରାଇଭର ଯାଇ ଅଟକାଇ ଥିଲେ।ଦୀପ୍ତି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଶେଷରେ ପୁଲିସ କର୍ମଚାରୀ ବିଞ୍ଝାରପୁର ଥାନାକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ଟିମ୍‌  ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଦୀପ୍ତି ଏକ ରୁମ୍‌ରେ କଟୁରୀ ଧରି ବସିଛି। ପୁଲିସ ତାକୁ ଗିରଫ କରିବା ପାଇଁ ଘର ନିକଟରେ ଜଗି ବସିଛି।

Advertisment
Odisha Police Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe