Advertisment

ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ, ବିଜେପି ନେତାଙ୍କ ପୁଅ ସମେତ 10 ଗିରଫ

ରାକ୍ଷୀ ବାନ୍ଧି ସମ୍ପର୍କୀୟଙ୍କ ଘରୁ ଫେରିବା ସମୟରେ ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବିଜେପି ନେତାଙ୍କ ପୁଅ।

Representative Image

Representative Image

Advertisment

ଛତିଶଗଡରେ ଲଜ୍ଜା। ରାକ୍ଷୀ ବାନ୍ଧି ସମ୍ପର୍କୀୟଙ୍କ ଘରୁ ଫେରିବା ସମୟରେ ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଦୁଷ୍କର୍ମକାରୀଙ୍କ ମଧ୍ୟରେ ଅଛନ୍ତି ବିଜେପି ନେତାଙ୍କ ପୁଅ। ଛତିଶଗଡର ବିଜେପି ନେତା ଲକ୍ଷ୍ମୀ ନାରାୟଣ ସିଂହ ଠାକୁଙ୍କ ପୁଅ ପୁନମ ଠାକୁରଙ୍କୁ ଏହି ମାମଲାରେ ଗିରଫ କରିଛି ପୁଲିସ।

Advertisment

ରାଜ୍ୟ ରାଜଧାନୀର RIMS ମେଡିକାଲ କଲେଜ ନିକଟରେ ଘଟିଛି ଏପରି ଘଟଣା। ରାୟପୁରର ଦୁଇ ଭଉଣୀ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ରକ୍ଷା ବନ୍ଧନ ମନାଇବା ପରେ ସେମାନେ ସମ୍ପର୍କୀୟଙ୍କ ସହ ଘରକୁ ଫେରୁଥିଲେ। ଏହି ସମୟରେ 9-10 ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ।

ସମ୍ପର୍କୀୟଙ୍କୁ ଆକ୍ରମଣ କରିବା ସହ ଦୁଇ ଭଉଣୀଙ୍କୁ ସେଠାରୁ ଉଠାଇ ନେଇ ଗଣଦୃଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସମ୍ପର୍କୀୟ ଲୋକେ ମଧ୍ୟ ଆହତ ହୋଇଛନ୍ତି। ପୁଲିସ ଏନେଇ ଖବର ପାଇବା ପରେ ତୁରନ୍ତ 10 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ପୁଅ ଥିବା କୁହାଯାଉଛି।

Advertisment

ସ୍ଥାନୀୟ ନେତା ଲକ୍ଷ୍ମୀ ନାରାୟଣ ସିଂହ ଠାକୁରଙ୍କ ପୁଅ ପୁନମ ଠାକୁରଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ପୁନମଙ୍କ ସମେତ ଅନ୍ୟ ଜଣେ ମୁଖ୍ୟ ସନ୍ଦିଗ୍ଧ କୌଣସି ମାମଲାରେ ଗିରଫ ହୋଇଥିଲେ। ସେମାନେ 2023 ରେ ବେଲରେ ଆସିଥିଲେ। 

Chhattisgarh Gangrape Gangrape News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe