Advertisment

କୋଟାକୁ କାବୁ କରିଛି ଆତ୍ମହତ୍ୟା ମହାମାରୀ ! ପୁଣି ଜୀବନ ହାରିଲେ 2 ଛାତ୍ର

ପୁଣି ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟା। NEET ପାଇଁ ପ୍ରସ୍ତୁତ ହେଉଥିବା 2 ଛାତ୍ର କଲେ ଆତ୍ମହତ୍ୟା। ଚଳିତ ବର୍ଷ ଜୀବନ ହାରିଲେଣି 24 ଛାତ୍ର।

Representational Picture Of Dead body

Representational Picture Of Dead body

Advertisment

ରାଜସ୍ଥାନର କୋଟାରେ ଆଶ୍ଚର୍ଯ୍ୟ କରିଦେବା ଭଳି ଗୋଟିଏ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। NEET ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ଆତ୍ମହତ୍ୟା ଯେପରି ଏକ ମହାମାରୀର ରୂପ ନେଇଛି। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ଏଠାରେ ଏକାଧିକ ଛାତ୍ର ଆତ୍ମହତ୍ୟା କରୁଛନ୍ତି। ସେ ପୁଣି 10ରୁ 15 ଦିନ ଅନ୍ତରରେ ଥରେ ଥରେ। ଗତକାଲି ପୁଣି ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି।

Advertisment

ସଦ୍ୟତମ ରିପୋର୍ଟକୁ ମିଶାଇଲେ ଚଳିତ ବର୍ଷ ଏଯାବତ୍ 24 ଜଣ ଛାତ୍ରଙ୍କ ଜୀବନ ଯାଇସାରିଲାଣି। ଅଗଷ୍ଟ 16ରେ ମଧ୍ୟ ଏଠାରେ ଜଣେ କୋଚିଂ ନେଉଥିବା ଛାତ୍ର ଆତ୍ମହତ୍ୟା କରିଥିଲେ।  

ସୂଚନା ଅନୁସାରେ, ଗତକାଲି କୋଟାର ଏକ କୋଚିଂ ସେଣ୍ଟରରେ NEET ପାଇଁ ପ୍ରସ୍ତୁତ ହେଉଥିବା ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରମାନେ ହେଉଛନ୍ତି 18 ବର୍ଷିୟ ଅଭିଷେକ ଶମ୍ବାଜୀ କାସଲେ ଏବଂ ଦ୍ୱିତୀୟ ବର୍ଷର ଛାତ୍ର ଆଦର୍ଶ ରାଜ। ଅଭିଷେକ କାଲି ପରୀକ୍ଷା ଦେବାର କିଛି ମିନିଟ ପରେ କୋଚିଂ ସେଣ୍ଟରର 6 ମହଲାରୁ ଡେଇଁପଡିଥିଲେ। ଅନୁଷ୍ଠାନର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଅଭିଷେକଙ୍କ ଘର ମହାରାଷ୍ଟ୍ରରେ ସେ ଏଠାରେ ତିନି ବର୍ଷ ଧରି NEET UG ପାଇଁ ପ୍ରସ୍ତୁତ ହେଉଥିଲେ। ସେପଟେ ଏହି ଘଟଣାର କିଛି ଘଣ୍ଟା ପରେ ଆଉ ଜଣେ ଛାତ୍ର ଆଦର୍ଶ ରାଜ ମଧ୍ୟ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ମଧ୍ୟ ଏହି ପରୀକ୍ଷା ଦେଇଥିଲେ। ଆଦର୍ଶଙ୍କ ଘର ବିହାରରେ। 

Kota News Kota Medical Students Suicide Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe