Advertisment

ଜନ୍ମାଷ୍ଟମୀ ଦେଖିବାକୁ ଯାଇଥିଲେ ୨ ସାଙ୍ଗ, ଆମ୍ବ ବଗିଚାରୁ ମିଳିଲା ଝୁଲନ୍ତା ମୃତଦେହ

କେହି ସେମାନଙ୍କୁ ମାରି ଟାଙ୍ଗି ଦେଇଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି।

author-image
Debibandita Barick
Villagers

Villagers

ଉତ୍ତର ପ୍ରଦେଶ ଫାରୁକାବାଦର ଏକ ଆମ୍ବ ବଗିଚାରୁ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ ଗତକାଲି ଜନ୍ମାଷ୍ଟମୀ ଦେଖିବାକୁ ଯାଇ ଥିବାବେଳେ ଆଜି ସେମାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। 

Advertisment

ସୂଚନା ଅନୁସାରେ, ମୃତ ନାବାଳିକା ଦୁଇ ସାଙ୍ଗ। ସେମାନଙ୍କ ମଧ୍ୟରୁ ଜଣଙ୍କ ବାପା କହିଛନ୍ତି, "ଉଭୟ ଗତକାଲି ସନ୍ଧ୍ୟାରେ ଜନ୍ମାଷ୍ଟମୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ। ବର୍ଷା ହେବାରୁ ରାତି 9ଟା ସୁଦ୍ଧା ଫେରି ଆସିଥିଲେ, ବର୍ଷା ଛାଡିବା ପରେ ପୁଣି ଯାଇଥିଲେ। ରାତି ପ୍ରାୟ ଗୋଟାଏରେ କାର୍ଯ୍ୟକ୍ରମ ସରିଥିଲେ ମଧ୍ୟ ସେମାନେ ଫେରିନଥିଲେ...।"

ଆମେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲୁ। ଗୋଟେ ପିଲା କହିଲା, ସେମାନେ ମାଉସୀ ଘରେ ଶୋଇ ପଡିଥିବେ। ମାଉସୀ ଘରେ ପଚାରିବା ବେଳକୁ ସେମାନେ ମନା କଲେ। ସେଠାରେ ମଧ୍ୟ ଆମର ଅନେକ ବନ୍ଧୁ ଘର ଅଛି। ତେଣୁ କାହା ଘରେ ରହି ଯାଇଥିବେ, ସକାଳେ ଆସିବେ ବୋଲି ଭାବିଲୁ। କିନ୍ତୁ ସକାଳେ ଆମ୍ବ ବଗିଚାରୁ ଝୁଲନ୍ତ ମୃତଦେହ ମିଳିଥିବା ନାବାଳିକାଙ୍କ ବାପା କହିଛନ୍ତି।

Advertisment

ସେ ଏହା ଆତ୍ମହତ୍ୟା ନୁହଁ ହତ୍ୟା ଅଭିଯୋଗ କରିଛନ୍ତି। କେହି ସେମାନଙ୍କୁ ମାରି ଟାଙ୍ଗି ଦେଇଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ କହିଛି ଯେ, ଘଟଣାସ୍ଥଳରୁ ଏକ ଫୋନ୍ ଏବଂ ସିମ୍ କାର୍ଡ ପାଇଛୁ। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ।

ସେପଟେ ବିରୋଧୀ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଘଟଣାକୁ ସମ୍ବେଦନଶୀଳ କହିବା ସହ ଏପରି ଘଟଣା ସମାଜରେ ଆତଙ୍କ ସୃଷ୍ଟି କରିଥାଏ ଏବଂ ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି କହିଛନ୍ତି। ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯିବା ଉଚିତ୍ ବୋଲି ଅଖିଳେଶ ଯାଦବ କହିଛନ୍ତି। 

Suicide Crime Death UP Police