Advertisment

ମହିଳାଙ୍କ ସମେତ ୨ ଆଦିବାସୀଙ୍କୁ ୩ ଘଣ୍ଟା ପିଟିଲେ, ଶେଷରେ ଜୀବନ୍ତ ଜାଳିଦେଲେ

ସେମାନଙ୍କୁ ଦୀର୍ଘ ୩ ଘଣ୍ଟା କାଳ ଅକଥନୀୟ ନିର୍ଯାତନା ଦିଆଯିବା ସହ ମାଡ଼ ମରାଯାଇଛି। ଏହାପରେ ଜଙ୍ଗଲ ରାସ୍ତାରେ ଦୁଇ ଜଣଙ୍କୁ ୧ କିମି ବାଟ ଘୋଷାଡ଼ି ନିଆଯାଇଥିଲା।

Black Magic

Black Magic

Advertisment

ଗାଁ ପଞ୍ଚାୟତ ଶୁଣାଣି କଲା। ନିଜ ଇଚ୍ଛା ଅନୁସାରେ ଦଣ୍ଡ ବି ଶୁଣାଇ ଦେଲା। ଏହାପରେ ଗାଁ ଲୋକମାନେ ତାଲିବାନୀ ଦଣ୍ଡ ଦେବାକୁ ମଧ୍ୟ ପଛାଇଲେ ନାହିଁ। ଗୁଣିଗାରେଡ଼ି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୨ ଜଣ ଆଦିବାସୀଙ୍କୁ ଦିଆଯାଇଛି ଭୟଙ୍କର ଦଣ୍ଡ।

Advertisment

ସେମାନଙ୍କୁ ଦୀର୍ଘ ୩ ଘଣ୍ଟା କାଳ ଅକଥନୀୟ ନିର୍ଯାତନା ଦିଆଯିବା ସହ ମାଡ଼ ମରାଯାଇଛି। ଏହାପରେ ଜଙ୍ଗଲ ରାସ୍ତାରେ ଦୁଇ ଜଣଙ୍କୁ ୧ କିମି ବାଟ ଘୋଷାଡ଼ି ନିଆଯାଇଥିଲା। ଏତିକିରେ ସରି ନଥିଲା ନିର୍ଯାତନା। ଶେଷରେ ଗାଁ ଲୋକମାନେ ପଞ୍ଚାୟତରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଆଦିବାସୀଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି।

ଏପରି ଏକ ଲୋମଟାଙ୍କୁରି ଉଠିବା ଭଳି ଘଟଣା ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଗଡଚିରୋଲିର ଉପାନ୍ତ ବାର୍ସେୱାଡାରେ ଘଟିଛି। ବୁଧବାର ଘଟଣା ଘଟିଥିବା ବେଳେ ପୁଲିସ୍‌ ଗୁରୁବାର ପୋଡ଼ି ପାଉଁଶ ହୋଇ ସାରିଥିବା ୨ ଆଦିବାସୀଙ୍କ ଶରୀରର କିଛି ଅଂଶକୁ ଜଙ୍ଗଲ ଭିତରୁ ଠାବ କରିଛି।

Advertisment

ପ୍ରାଣ ହରାଇଥିବା ମହିଳାଙ୍କ ଭାଇ ସାଦୁ ମୋହୁଣ୍ତା ପୁଲିସ୍‌ରେ ପୂରା ଘଟଣା ସମ୍ପର୍କରେ କହିବା ପରେ ଏହା ସାମ୍ନାକୁ ଆସିଛି। ପୁଲିସ ୧୫ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ମଧ୍ୟରେ ମୃତ ମହିଳାଙ୍କ ପୁଅ ଓ ସ୍ୱାମୀ ମଧ୍ୟ ରହିଛନ୍ତି।

୫୧ ବର୍ଷୀୟ ଜାମନି ତେଲାମି ଓ ୫୭ ବର୍ଷୀୟ ଦେଉ ଅତଲାମିଙ୍କୁ ସର୍ବସମ୍ମୁଖରେ ପ୍ରଥମେ ଆଣ୍ଠେଇ ବସା ଯାଇଥିଲା। ଏମାନେ ଗୁଣି ଗାରେଡ଼ି ଦ୍ୱାରା ଜଣେ ଶିଶୁକୁ ହତ୍ୟା କରିବା ଅଭିଯୋଗରେ ପଞ୍ଚାୟତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ପଞ୍ଚାୟତ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରୁ ସେମାନଙ୍କୁ ୩ ଘଣ୍ଟା କାଳ ସର୍ବସମ୍ମୁଖରେ ନିର୍ଯାତନା ଦିଆଯାଇଥିଲା।

ଦୁଇ ଜଣଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା। ଶେଷରେ ସେମାନଙ୍କୁ ଜଙ୍ଗଲ ଭିତରେ ଗାଁ ଲୋକ ଜୀବନ୍ତ ଜାଳି ଦେଇଥିଲେ। ଏଭଳି କାଣ୍ଡ ଘଟାଇ ଥିବା ଗାଁ ଲୋକଙ୍କ ନେତୃତ୍ୱ ଜାମନିଙ୍କ ପୁଅ ଦେବାଜୀ ଓ ସ୍ୱାମୀ ଦିବାକର ନେଇଥିଲେ।

ଜାମନି ପ୍ରକୃତରେ ତାଙ୍କ ବାପାଙ୍କ ପାଖରେ ବାସାମୁଣ୍ଡିରେ ରହୁଥିଲେ। ତେବେ ଗୁଣିଗାରେଡ଼ି ଅଭିଯୋଗ ପରେ ତାଙ୍କୁ ଦେବାଜୀ ଓ ଦିବାକର ରହୁଥିବା ବାର୍ସେୱାଡାକୁ ଡକା ଯାଇଥିଲା। ସମନ ପାଇବା ପରେ ଜାମନି ତାଙ୍କ ଭାଇ ସାଦୁଙ୍କ ସହ ଗାଁକୁ ଆସିଥିଲେ। ସେ ନିଜର ପକ୍ଷ ରଖିବା ପୂର୍ବରୁ ତାଙ୍କୁ ମାଡ଼ ମରାଯାଇଥିଲା।

ସହଯୋଗୀଙ୍କ ନାଁ ପଚରା ଯାଇଥିଲା। ସେ ଚୁପ ରହିଥିଲେ। କିନ୍ତୁ ତାଙ୍କ ଉପରେ ଗାଁ ଲୋକମାନେ ଆକ୍ରମଣ କରିବାରୁ ସେ ଅତଲାମିଙ୍କ ନାଁ ନେଇଥିଲେ। ଗାଁ ଲୋକମାନେ ତାଙ୍କୁ ଘର ଭିତରୁ ଘୋଷାଡ଼ି ଆଣି ପ୍ରବଳ ମାଡ଼ ମାରିଥିଲେ। ଆକ୍ରମଣ ଭୟଙ୍କର ରୂପ ନେବାରୁ ଘଟଣା ସ୍ଥଳରୁ ସାଦୁ ଚମ୍ପଟ ମାରିଥିଲେ।

ଗୁରୁବାର ସେ ପୁଲିସ୍‌ ନିକଟରେ ତାଙ୍କ ଭଉଣୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ହତ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Maharashtra Black Magic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe