Advertisment

ପୂଜକଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ: ୨ ଯୁବତୀଙ୍କ ସହ ଧରାପଡ଼ିଲେ ୭

ଗିରଫ ଦୁଇ ଯୁବତୀ ହେଲେ ସହରର ହାଟପଦା ଅଞ୍ଚଳର ସରସ୍ଵତୀ ଜାନୀ ଓ ରଥ ଶର୍ମା କଲୋନୀ ଅଞ୍ଚଳର ରମା ଗୌଡ଼। ଏମାନେ ପୂଜକଙ୍କ ଘରେ କାମ କରୁଥିଲେ। ଏହାର ଫାଇଦା ଉଠାଇ ସେମାନେ ତାଙ୍କର ଆଉ ୫ ପୁରୁଷ ସହଯୋଗୀଙ୍କ ସହ ମିଶି ଗତ ୮ ତାରିଖରେ ପୂଜକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

author-image
Hemant Lenka
Odisha

Odisha

ହାତଗୋଡ଼ ବାନ୍ଧି ପୂଜକଙ୍କୁ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ପୁଲିସ୍‌। ଲୁଟ ପାଇଁ ପୂଜକ ରମେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। କୋରାପୁଟ ସହର ବାଟ ମଙ୍ଗଳା ଚକ ସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିରର ପୂଜକ ରମେଶ ତ୍ରିପାଠୀଙ୍କୁ ହତ୍ୟା କରିବା ଘଟଣାରେ ଟାଉନ୍ ପୁଲିସ ୨ ଜଣ ଯୁବତୀ ଓ ୫ ଜଣ ଯୁବକଙ୍କୁ ଗିରଫ କରିଛି।

Advertisment

ଗିରଫ ଦୁଇ ଯୁବତୀ ହେଲେ ସହରର ହାଟପଦା ଅଞ୍ଚଳର ସରସ୍ଵତୀ ଜାନୀ ଓ ରଥ ଶର୍ମା କଲୋନୀ ଅଞ୍ଚଳର ରମା ଗୌଡ଼। ଏମାନେ ପୂଜକଙ୍କ ଘରେ କାମ କରୁଥିଲେ। ଏହାର ଫାଇଦା ଉଠାଇ ସେମାନେ ତାଙ୍କର ଆଉ ୫ ପୁରୁଷ ସହଯୋଗୀଙ୍କ ସହ ମିଶି ଗତ ୮ ତାରିଖରେ ପୂଜକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

ସରସ୍ୱତୀ ଓ ରମାଙ୍କ ବ୍ୟତୀଙ୍କ ଗିରଫ ଅନ୍ୟ ୫ ଜଣ ହେଲେ ନାଳଚୁଆଁ ଗାଁର ପ୍ରତାପ ଟାକରି, ଇନ୍ଦିରା କଲୋନୀର କିଶାନ ବାଗ, ପିଏଚଡି କଲୋନୀର ନୀରଜ ବେନିଆ, ହାଟପଦା ଅଞ୍ଚଳର ମହେନ୍ଦ୍ର ପାଣିଗ୍ରାହୀ ଓ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅଶୋକ ରାୟ। ଏମାନଙ୍କ ଠାରୁ ପୁଲିସ୍‌ ପୂଜକ ରମେଶଙ୍କ ଘରୁ ଲୁଟ କରାଯାଇଥିବା ନଗଦ ୧୫ ହଜାର ଟଙ୍କା, ସୁନା ଓ ରୂପା ଗହଣା, ୬ ଟି ମୋବାଇଲ, ଗୋଟାଏ ପୋଡ଼ା ହୋଇଥିବା ମୋବାଇଲ ଓ ଚାବି ପେନ୍ଥା ଜବତ କରିଛି।

Advertisment

ଲୁଟ କରିବା ହିଁ ଏମାନଙ୍କର ଉଦ୍ଦେଶ୍ୟ ଥିଲେ। ହେଲେ ଲୁଟ କରିବା ପୂର୍ବରୁ ଏମାନେ ବୟସ୍କ ପୂଜକ ରମେଶଙ୍କ ହାତ ଗୋଡ଼ ସହ ମୁହଁକୁ କପଡ଼ାରେ ବାନ୍ଧି ପକାଇଥିଲେ। ତେଣୁ ଅଣନିଃଶ୍ୱାସୀ ହୋଇ ପୂଜକ ରମେଶ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଏସଡିପିଓ ଡ. ଶ୍ରାବଣୀ ନାୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “୮ ତାରିଖରେ ପୂଜକ ରମେଶ ତ୍ରିପାଠୀଙ୍କ ମୃତ୍ୟୁ ଘଟିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଆମେ ପ୍ରଥମରୁ ସନ୍ଦେହ କରୁଥିଲୁ। ଏହି ଦିଗରେ ତଦନ୍ତ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ଗୁଇନ୍ଦା ଓ ସ୍ଥାନୀୟ ଅଧିକାରୀଙ୍କୁ ତଦନ୍ତରେ ସାମିଲ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ରମେଶଙ୍କ ଘରକୁ ଆସୁଥିବା ୨ ଜଣ ଯୁବତୀ ଘଟଣା ପରେ ହଠାତ୍‌ ନିଖୋଜ ହୋଇ ଯାଇଛନ୍ତି।

ତେଣୁ ସେମାନଙ୍କ ଉପରେ ଆମର ସନ୍ଦେହ ବଢ଼ିଥିଲା। ଏହାପରେ ରମେଶଙ୍କ ଘରକୁ କାମ କରିବାକୁ ଆସୁଥିବା ସରସ୍ୱତୀ ଓ ରମାଙ୍କୁ ପୁଲିସ୍‌ ଧରିଥିଲା। ସେମାନଙ୍କୁ ଜେରା କରାଯିବା ପରେ ପୂରା ଗ୍ୟାଙ୍ଗ ସମ୍ପର୍କରେ ସୂଚନା ମିଳିଥିଲା। ପୂଜକ ରମେଶ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ।

ସେ ଘରେ ଏକାକୀ ରୁହନ୍ତି। ସେ ଟଙ୍କା ଓ ସୁନା-ରୁପା ଘରେ ଗଚ୍ଛିତ କରି ରଖିଥିବା ସରସ୍ୱତୀ ଏବଂ ରମା ଜାଣିଥିଲେ। ତେଣୁ ସେମାନେ ତାଙ୍କର ଆଉ ୫ ଜଣ ସହଯୋଗୀଙ୍କ ସହାୟତାରେ ପୂରା କାଣ୍ଡ ଘଟାଇଛନ୍ତି। ଗିରଫ ୭ ଜଣଙ୍କ ନାଁରେ ପୂର୍ବରୁ କୌଣସି ମାମଲା ନାହିଁ। ଏମାନଙ୍କ ନାଁରେ ଏବେ ହତ୍ୟା ମାମଲା ରୁଜୁ କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି।”

Odisha Crime Koraput