Advertisment

ରାଜଧାନୀରେ ୨ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଆକ୍ରମଣରେ ଗୁରୁତର ହୋଇଥିବା ଶିବା ଓରଫ ମଦନ ମହାରାଣା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଅଦ୍ୟତନ ହୋଇଛି
BBSR

BBSR

Advertisment

ନବ ବର୍ଷ ପୂର୍ବରୁ ଅଶାନ୍ତ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର। ପୁଲିସ୍‌ର କଡ଼ା ସୁରକ୍ଷା ସତ୍ତ୍ୱେ ରକ୍ତରଞ୍ଜିତ ହୋଇଛି ରାଜଧାନୀର ଜନଗହଳୀପୂର୍ଣ୍ଣ ଏୟାରପୋର୍ଟ ଅଞ୍ଚଳ। ଏଠାରେ ୨୦ରୁ ୩୦ ଜଣ ଦୁର୍ବୃତ୍ତ ବିଚ୍‌ ରାସ୍ତାରେ ୨ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ କେବଳ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଏୟାରପୋର୍ଟ ଟ୍ରାଫିକ ଛକରେ ଏପରି ଘଟଣା ଘଟିଛି। 

Advertisment

ଆକ୍ରମଣରେ ଗୁରୁତର ହୋଇଥିବା ଶିବା ଓରଫ ମଦନ ମହାରାଣା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡା ଓ ଛୁରୀ ମାଡ଼ର ଦାଗ ରହିଛି। ସେହିପରି ଆଉ ଜଣେ ଯୁବକ ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ତାଙ୍କର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଉଭୟ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶିବାଙ୍କ ଘର ସ୍ଥାନୀୟ ଭୀମପୁର ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ଶିବା ଓ ତାଙ୍କର ଆଉ ଜଣେ ବନ୍ଧୁ ରାସ୍ତାରେ ଯାଉଥିବା ବେଳେ ହଠାତ ୨୦ରୁ ୩୦ ଜଣ ଯୁବକ ହାତରେ ମାରାଣାସ୍ତ୍ର ଧରି ସେମାନଙ୍କୁ ଅଟକାଇଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରୁ ବର୍ତ୍ତିବା  ପାଇଁ ଉଭୟ ଦୌଡ଼ିଥିଲେ ହେଁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ପକାଇଥିଲେ।

Advertisment

ବିଚ୍‌ ରାସ୍ତାରେ ସବୁ କିଛି ଘଟିଥିଲେ ହେଁ ସମସ୍ତେ କେବଳ ଦେଖାଣିହାରୀ ସାଜିଥିଲେ। ବେଶ କିଛି ସମୟର ଆତଙ୍କ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେହିପରି ପୁଲିସ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଏଥିସହ ଆହତ ଶିବା ଓ ତାଙ୍କ ବନ୍ଧୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିବାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇଛି। ଯଦି ଦରକାର ପଡ଼ିବ, ତାଙ୍କୁ କଟକ ମଧ୍ୟ ସ୍ଥାନାନ୍ତର କରାଯାଇ ପାରେ। 

ତେବେ କ’ଣ ପାଇଁ ଓ କେଉଁମାନେ ଏପରି ଭୟଙ୍କର ଆକ୍ରମଣ କରିଛନ୍ତି, ସେକଥା ଜଣାପଡ଼ିନି। ପୁଲିସ୍‌ ଶିବାଙ୍କ ବନ୍ଧୁଙ୍କ ବୟାନ ରେକର୍ଡ କରିବାକୁ ଉଦ୍ୟମ କରୁଛନ୍ତି। ସେ ବୟାନ ଦେବା ପରେ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିପାରିବ। 

Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe