Advertisment

ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୨୦ କେଜି ସୁନା

ଗତ ୨୬ ତାରିଖରେ ମଧ୍ୟ  ୩୦ କେଜି ସୁନା, ୨୦୦କେଜି ରୁପା CT &GST; ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ କରାଯାଇଥିଲା।

ଅଦ୍ୟତନ ହୋଇଛି
Gold

Gold

Advertisment

ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ୨୦ କେଜି ସୁନା। ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT & GST। ଏହି ମାମଲାରେ କିଛି ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଛି। 

Advertisment

୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଉନାହିଁ। ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଉଚରା କରାଯାଉଛି। ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି ଓ ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଯାଉଥିବା ଜଣାଯାଇଛି।

ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରେ ସୁନା ଆସୁଥିବା  CT & GST କୌଣସି ସୁତ୍ରରୁ ଖବର ପାଇଥିଲା। ପରେ CT & GSTର ଟିମ୍  ବାହାରେ ଛକି ରହିଥିଲା।  ଜଣେ ବ୍ୟକ୍ତି ୨୦ କେଜି  ସୁନା ଧରି ବିମାନ ବନ୍ଦରରୁ ବାହାରି ବେଳେ CT & GST ଟିମ୍ ମାଡ଼ି ବସିଥିଲେ।  ବାଣୀବିହାରରେ ଥିବା CT & GST  ଅଫିସକୁ ନେଇ ପଚରାଉଚରା କରାଯାଇଥିଲା। ୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଇନଥିଲା। ଯାହାକୁ ନେଇ  CT & GST ଟିମ୍‌  ଖୋଳତାଡ଼ ଆରମ୍ଭ କରିଛି। ଏହା ସୁନା ରାଜସ୍ଥାନରୁ ଆସିଥିବା ବେଳେ ତଦନ୍ତ ଜାରି ରହିଥିବା CT GST ସୂତ୍ରରୁ ଜଣାପଡ଼ିଛି। 

Advertisment

ଗତ ୨୬ ତାରିଖରେ ମଧ୍ୟ  ୩୦କେଜି ସୁନା, ୨୦୦କେଜି ରୁପା CT &GST ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ କରିଥିଲା। ଯାଞ୍ଚ ପରେ କିଛି ବ୍ୟବସାୟୀଙ୍କୁ ନୋଟିସ କରାଯାଇଥିଲା। ଏନେଇ ଏବେ ବି ତଦନ୍ତ ଜାରି ରହିଛି। ପାର୍ବଣ ଋତୁ ଥିବାରୁ ବ୍ୟବସାୟୀ ଅଧିକ ସୁନା ବ୍ୟବସାୟ ପାଇଁ ଆଣୁଥିବା ଜଣାଯାଇଛି। 

Bhubaneswar Biju Patnaik Airport Gold Sized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe