Advertisment

ଭୟଙ୍କର: କଲେଜ ଛାତ୍ରୀଙ୍କୁ ୧୬ ମାସ ଧରି ୭ ଜଣ କରୁଥିଲେ ଦୁଷ୍କର୍ମ

୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ସହ ଇନଷ୍ଟାଗ୍ରାମରୁ ପରିଚିତ ହୋଇଥିଲା।

author-image
Hemant Lenka
Stop Rape

Stop Rape

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ତଥା ବିଚଳିତ କରିବା ଭଳି ଘଟଣା। ଜଣେ ୨୦ ବର୍ଷୀୟ କଲେଜ ଛାତ୍ରୀଙ୍କୁ ୭ ଜଣ ବ୍ୟକ୍ତି ଦୀର୍ଘ ୧୬ ମାସ ଧରି ଦୁଷ୍କର୍ମ କରି ଚାଲିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ଅଭିଯୁକ୍ତମାନେ ଗୋଟିଏ ଅଶ୍ଳୀଳ ଭିଡିଓର ବ୍ୟବହାର କରି ବ୍ଲାକମେଲ କରୁଥିଲେ। ଏହାପରେ ତାଙ୍କ ସହ ୧୬ ମାସ ହେଲା ଏପରି ଜଘନ୍ୟକାଣ୍ଡ ଘଟାଇ ଚାଲିଥିଲେ। ଗୁଜରାଟର ବାନସକାଣ୍ଠା ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ସହ ଇନଷ୍ଟାଗ୍ରାମରୁ ପରିଚିତ ହୋଇଥିଲା। ଯୁବତୀ ଜଣଙ୍କ ୨୦୨୩ରେ ପାଲାନପୁରରେ ଥିବା ଗୋଟିଏ କଲେଜକୁ ଯିବା ପରେ ଏପରି ବନ୍ଧୁତା ଆରମ୍ଭ ହୋଇଥିଲା। ୨୦୨୩ ନଭେମ୍ବର ମାସରେ ଇନଷ୍ଟାଗ୍ରାମ ବନ୍ଧୁ ଜଣକ ଯୁବତୀଙ୍କୁ ଗୋଟିଏ ହୋଟେଲରେ ବ୍ରେକଫାଷ୍ଟ କରିବାକୁ ଡାକିଥିଲା। ଏହି ସମୟରେ ସେ ବେଶ ଚତୁରତାର ସହ ଖାଇବା ଯୁବତୀଙ୍କ ଡ୍ରେସରେ ପକାଇ ଦେଇଥିଲା। ଏହାପରେ ଏହାକୁ ସଫା କରିବା ବାହାନାରେ ଗୋଟିଏ ରୁମକୁ ନେଇ ଯାଇଥିଲା।

ରୁମର ବାଥରୁମରେ ଛାତ୍ରୀ ଜଣଙ୍କ ତାଙ୍କ ପୋଷାକ ଖୋଲୁଥିବା ବେଳେ ଅଭିଯୁକ୍ତ ବିଶାଲ ଚୌଧୁରୀ ବଳପୂର୍ବକ ସେଠାରେ ଧସେଇ ପଶିଥିଲା ଓ ପୂରା ଦୃଶ୍ୟକୁ ମୋବାଇଲାରେ ରେକର୍ଡ କରିଥିଲା। ଛାତ୍ରୀ ଜଣଙ୍କ ଏହାକୁ ବିରୋଧ କରିବାରୁ ସେ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲା। ଯୁବତୀ ଜଣଙ୍କ ଭିଡିଓ ଭାଇରାଲ ହେବା ଧମକରେ ଡରି ଯାଇଥିଲେ। ଏହାର ଫାଇଦା ବିଶାଲ ଉଠାଇଥିଲା।

Advertisment

ସେ ଏହି ଭିଡିଓକୁ ଦେଖାଇ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ବିଶାଲର ୬ ଜଣ ସାଙ୍ଗ ମଧ୍ୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ୨୦୨୩ ନଭେମ୍ବର ମାସରୁ ୨୦୨୫ ଫେବୃଆରୀ ମାସ ଯାଏ ସେମାନେ ଯୁବତୀଙ୍କୁ ବ୍ଲାକମେଲ କରି ବାରମ୍ବାର ବିଭିନ୍ନ ସ୍ଥାନକୁ ଡାକି ଦୁଷ୍କର୍ମ କରି ଚାଲିଥିଲେ।

ତେବେ ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାରୁ ଯୁବତୀ ଜଣଙ୍କ ସୋମବାର ଦିନ ଏନେଇ ପାଲାନପୁର ପୁଲିସ୍‌ରେ ଅଭିଯୋଗ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ଯୁବତୀ ୭ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। କିନ୍ତୁ ସେ ୬ ଜଣଙ୍କ ନାଁ କହି ପାରିଛନ୍ତି। ଆଉ ଜଣଙ୍କ ପରିଚୟ ସେ ଦେଇ ପାରି ନାହାନ୍ତି।

ପୁଲିସ୍‌ ଅଭିଯୋଗ ପାଇବା ପରେ ଭାରତୀୟ ନ୍ୟାୟ ସଂହିତା ଓ ଆଇଟି ଆକ୍ଟର ଧାରା ୬୭ ଅନୁସାରେ ମାମଲା ରୁଜୁ କରିଛି। ତେବେ ଏଯାଏ ଅଭିଯୁକ୍ତଙ୍କୁ ପୁଲିସ୍‌ ଧରିବାରେ ସକ୍ଷମ ହୋଇନାହିଁ।

Gujarat Stop Rape