Advertisment

ଯୁବକଙ୍କୁ ବାରମ୍ବାର ଛୁରୀ ଭୁଷି ହତ୍ୟା କଲେ ୮ ନାବାଳକ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ୨୦ ବର୍ଷୀୟ ଯୁବକଙ୍କୁ ତାଙ୍କ ଆକ୍ରମଣକାରୀମାନେ ଘେରିବା ସହ ମିଳିତ ଭାବେ ଆକ୍ରମଣ କରୁଛନ୍ତି।

Delhi

Delhi

Advertisment

ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ଛାତି ଥରାଇ ଦେବା ଭଳି ଭିଡିଓ। ସଙ୍ଗମ ବିହାରର ଗୋଟିଏ ଗଳିରେ ୮ ଜଣ ନାବାଳକ ମିଳିତ ଭାବେ ଜଣେ ଯୁବକଙ୍କୁ ବାରମ୍ବାର ଛୁରୀ ଭୁଷି ହତ୍ୟାର କରିଛନ୍ତ। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ୨୦ ବର୍ଷୀୟ ଯୁବକଙ୍କୁ ତାଙ୍କ ଆକ୍ରମଣକାରୀମାନେ ଘେରିବା ସହ ମିଳିତ ଭାବେ ଆକ୍ରମଣ କରୁଛନ୍ତି। ସେମାନେ ତାଙ୍କୁ ଗୋଟିଏ ଛୋଟିଆ ଗଳିରେ ଟାଣି ଟାଣି ନେବା ସହ ବାରମ୍ବାର ଛୁରୀ ଭୁଷିବାରେ ଲାଗିଛନ୍ତି। ସେହିପରି ତାଙ୍କୁ ବିଧା ଓ ଚାପୁଡ଼ା ମଧ୍ୟ ମାରୁଛନ୍ତି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି, ଆକ୍ରମଣ ବେଳେ ଅନେକ ଲୋକ ସେଠାରେ ଉପସ୍ଥିତ ରହିଥିଲେ। କିନ୍ତୁ କେହି ବି ଉକ୍ତ ଯୁବକଙ୍କୁ ସହଯୋଗ କରିବାକୁ ଆଗେଇ ଆସି ନଥିଲେ। ଯୁବକ ଜଣଙ୍କୁ ପରବର୍ତ୍ତୀ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ମଜୀଦିଆ ହସ୍ପିଟାଲ ପକ୍ଷରୁ ପୁଲିସ୍‌କୁ ଖବର ଦିଆଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ହସ୍ପିଟାଲ ପକ୍ଷରୁ ପୁଲିସ୍‌କୁ କୁହାଯାଇଥିଲା ଯେ ଦିଲଶାଦ ନାମକ ଜଣେ ଯୁବକ ଛୁରୀ ମାଡ଼ରେ ଗୁରୁତର ଆହତ ହୋଇ ଏଠାକୁ ଆସିଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଖବର ପାଇ ପୁଲିସ୍‌ ଟିମ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲା।

Advertisment

ସେଠାରେ ଦେଖିବାକୁ ପାଇଥିଲା ଯେ ଦିଲଶାଦଙ୍କ ଛାତି ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ ଛୁରୀ ମାଡ଼ର କ୍ଷତଚିହ୍ନ ରହିଛି। ତାଙ୍କୁ ତୁରନ୍ତ ସଫଦର୍ଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍‌ ଏହି ଘଟଣାର ଯାଞ୍ଚ କରି ଆକ୍ରମଣରେ ସାମିଲ ଥିବା ୮ ଜଣଙ୍କୁ ଅଟକ ରଖିଛି। ହେଲେ ସେମାନେ ସମସ୍ତେ ନାବାଳକ। ଗତବର୍ଷ ଠାରୁ ୨୦ ବର୍ଷୀୟ ଯୁବକଙ୍କ ସହ ଏମାନଙ୍କର ଶତ୍ରୁତା ରହିଥିଲା। ତେଣୁ ପୂର୍ବ ଶତ୍ରୁତାରୁ ଏତେ ବଡ଼ ଘଟଣା ଘଟିଥିବା ପୁଲିସ କହିଛି।

Delhi Crime Stabbed To Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe