Advertisment

ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ!

ଆଜି ସକାଳେ ରୀମାଙ୍କ କ୍ଷତବିକ୍ଷ ବସ୍ତ୍ର ବିହୀନ ମୃତଦେହ ଗାଁଠାରୁ ଗୋଟିଏ କିମି ଦୂରରେ ଥିବା ଝାରଵେଡା-ପାଣ୍ଡରିପଶି ଜଙ୍ଗଲରେ ପଡ଼ିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

author-image
Manoranjan Sial
Villagers

Villagers

ଦୁଷ୍କର୍ମ ପରେ ଯୁବତୀଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ! ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରୁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରୋକ ହୋଇଛି।

Advertisment

ଗତ ଶୁକ୍ରବାର ସକାଳେ ନାକଟିଦେଉଳ ଥାନା ଅଞ୍ଚଳର ୨୦ ବର୍ଷୀୟା ଯୁବତୀ ରୀମା(ଛଦ୍ମନାମ) ଗାଧୋଇବା ପାଇଁ ନାଳକୁ ଯାଇଥିଲେ। ହେଲେ ଘରକୁ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜିଥିଲେ। ହେଲେ ତାଙ୍କ ପତ୍ତା ପାଇନଥିଲେ। ନିଜର ବଢ଼ିଲା ଝିଅକୁ ନପାଇ ପରିବାର ଲୋକେ ଏନେଇ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ଆଜି ସକାଳେ ରୀମାଙ୍କ କ୍ଷତବିକ୍ଷ ବସ୍ତ୍ର ବିହୀନ ମୃତଦେହ ଗାଁଠାରୁ ଗୋଟିଏ କିମି ଦୂରରେ ଥିବା ଝାରଵେଡା-ପାଣ୍ଡରିପଶି ଜଙ୍ଗଲରେ ପଡ଼ିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୀମାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ଝାରବେଡ଼ା-ପାଣ୍ଡରିପଶି ରାସ୍ତା ରୋକ କରିଥିଲେ। ଖବର ପାଇଁ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ହେଲେ ଉତ୍ତ୍ୟକ୍ତ ଗାଁ ଲୋକେ ମୃତଦେହ ଜବତ କରିବା ପାଇଁ ପୁଲିସ୍‌କୁ ଦେଇନଥିଲେ।

Advertisment

ଖବର ପାଇ ଘଟଣା ସ୍ଥଳରେ ନାକଟିଦେଉଳ ଥାନା ପୁଲିସ ସମେତ ରେଢ଼ାଖୋଲ ଏସଡିପିଓ, ନାକଟିଦେଉଳ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅପରାହ୍ନରେ ମୃତଦେହ ଜବତ କରିବା ପାଇଁ ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌କୁ ଜଙ୍ଗଲ ଭିତରକୁ ଗାଁ ଛାଡ଼ିଥିବା ଜଣାପଡ଼ିଛି। ହେଲେ ଏବେ ମଧ୍ୟ ରାସ୍ତାରୋକ ଆନ୍ଦୋଳନ ଚାଲିଛି। ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଲୋକେ ଅଡି ବସିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ୍‌ ସାହେଵୀ ଗାଁର ଜଣେ ବିବାହିତ ପୁରୁଷକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Murder Sambalpur